gas-cylinder
ଦୀପାବଳି ଭେଟି। ଏଣିକି ବର୍ଷକୁ ଦିଆଯିବ ଦୁଇଟି ମାଗଣା ସିଲିଣ୍ଡର। ସିଲିଣ୍ଡର ମୂଲ୍ୟ ଟଙ୍କା ସିଧାସଳଖ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ। ଉତ୍ତରପ୍ରଦେଶବାସୀଙ୍କୁ ଦୀପାବଳି ଉପଲେକ୍ଷ ଏଭଳି କିଛି ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଆଗକୁ ସାଧାରଣ ନିର୍ବାଚନ। ଏଥିପାଇଁ ଏବେଠାରୁ ହିଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି ବିଭିନ୍ନ ଦଳ । ଏହି କ୍ରମରେ ବିଜେପି ମଧ୍ୟ ପଛରେ ନାହିଁ। ସେ କରିଛି ବଡ଼ ଘୋଷଣା। ବର୍ଷକୁ ଏଲପିଜି ଗ୍ରାହକଙ୍କୁ ଦୁଇଟି ସିଲିଣ୍ଡର ମାଗଣାରେ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ରାଜ୍ୟରେ ମୋଟ ୭୫ ଲକ୍ଷ ଉଜ୍ୱଳା ଯୋଜନା କନେକ୍ସନ୍ ରହିଛି। ଏଥର ଦୀପାବଳିରେ ପ୍ରଥମ ଥର ପାଇଁ ମାଗଣା ସିଲିଣ୍ଡରର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ପଠାଯିବ।
ଗତ ବିଧାନସଭା ନିର୍ବାଚନ ବେଳେ ବିଜେପି ନିଜର ଘୋଷଣାପତ୍ରରେ ହୋଲି ଏବଂ ଦୀପାବଳିରେ ଉଜ୍ୱଳା ଯୋଜନାର ମହିଳା ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦେବାକୁ ଘୋଷଣା କରିଥିଲା। ଏଥିପାଇଁ ଗତ ବର୍ଷ ହୋଲି ଏବଂ ଦୀପାବଳିରେ ଉଜ୍ୱଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇବା ପାଇଁ ବଜେଟରେ ୩୩୦୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1697527673.jpg)