Advertisment

CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍‌ ଉପରେ ବର୍ଷିଲେ ହାଇକୋର୍ଟ

ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।

Arvind Kejriwal and Atishi

Arvind Kejriwal and Atishi

Advertisment

ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଆସନ୍ତା ମାସରେ ପଡିବ ଭୋଟ୍‌। ଏହି ନିର୍ବାଚନୀ ଭିତରେ ଆମ୍‌ ଆଦମୀ ପାର୍ଟି ସରକାର ଉପରେ ବର୍ଷିଛନ୍ତି ଦଲ୍ଲୀ ହାଇକୋର୍ଟ। ସିଏଜି ରିପୋର୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଆପର୍‌ ସଚ୍ଚୋଟତା ଉପରେ କୋର୍ଟ ସନ୍ଦେହ ପ୍ରକାଶ କରିଛନ୍ତି।

Advertisment

ସିଏଜି ରିପୋର୍ଟକୁ ନେଇ ଆମ୍‌ ଆଦମୀ ପାର୍ଟି ଯେଉଁ ପ୍ରକାରେ ନିଜ ଗୋଡ ପଛକୁ ହଟାଇଛି ତାକୁ ନେଇ ତା'ର ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି ହୋଇଥିବା କୋର୍ଟ କହିଛନ୍ତି। ମିଡିଆରେ ସିଏଜିର ଦୁଇଟି ରିପୋର୍ଟ ଲିକ୍‌ ହେବା ପରେ କୋର୍ଟଙ୍କ ଏହି ଟିପ୍ପଣୀ ସାମ୍ନାକୁ ଆସିଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ପିଛା ବେଆଇନ ରୂପେ କୋଟ କୋଟି ଟଙ୍କା ଖର୍ଚ୍ଚ ଓ ମଦ ନୀତ ଯୋଗୁ ୨୦୦୦ କୋଟିରୁ ଅଧିକ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଦାବି କରାଯାଇଛି।

ଜଷ୍ଟିସ ସଚ୍ଚିନ ଦତ୍ତାଙ୍କ ଏକକ ଖଣ୍ଡପୀଠ ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଧାନସଭାରେ ୧୪ଟି CAG ରିପୋର୍ଟ ଉପସ୍ଥାନ କରିବାରେ ବିଳମ୍ବ କରିବାକୁ ନେଇ କୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି।

Advertisment

CAG ରିପୋର୍ଟକୁ ଯେପରି ଗୃହରେ ଉପସ୍ଥାନ କରିବାକୁ ପଡିବ ନାହିଁ ସେଥିପାଇଁ ଦିଲ୍ଲୀ ସରକାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପଛଘୁଞ୍ଚା ଦେଇଛନ୍ତି। ଆପଣଙ୍କୁ(ଆପ୍‌ ସରକାର) ସିଏଜି ରିପୋର୍ଟକୁ ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇବାର ଥିଲା ଏବଂ ଗୃହରେ ଏହା ଉପରେ ଆଲୋଚନା ଆରମ୍ଭ କରିବାର ଥଲା। କିନ୍ତୁ ଏଥିରେ ଆପଣ ବିଳମ୍ବ କରିଛନ୍ତି। ଏହାଦ୍ୱାରା ଆପ୍‌ ସଚ୍ଚୋଟତା ଉପରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ହାଇକୋର୍ଟ କହିଛନ୍ତି।

ହାଇକୋର୍ଟ ଜୋର ଦେଇ କହିଛନ୍ତି ଯେ, ତୁରନ୍ତ ସିଏଜି ରିପୋର୍ଟକୁ ଦିଲ୍ଲୀ ସରକାର ବାଚସ୍ପିତଙ୍କ ନିକଟକୁ ପଠାଇ ଗୃହରେ ଆଲୋଚନା କରିବା ଉଚିତ। ଆଜି ଅପରାହ୍ନ ସାଢ଼େ ୨ଟାରେ ଏହି ମାମଲାର ଶୁଣାଣି ହେବ।

କହିରଖୁ ଯେ CAG ରିପୋର୍ଟକୁ ଦର୍ଶାଇ ବିଜେପି ଦାବି କରିଛି ଯେ ମଦ ନୀତି ଦୁର୍ନୀତି ହେତୁ ଦିଲ୍ଲୀର ୨୦୨୬ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି। ଦିଲ୍ଲୀର ମଦ ଦୁର୍ନୀତିରେ ଅନେକ AAP ନେତା ଲାଞ୍ଚ ମିଳିଥିବା ଦାବି କରାଯାଇଛି।

Delhi Assembly Election AAP CAG Report Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe