ରାଜସ୍ଥାନର ଗଙ୍ଗପୁରରେ ଘଟିଛି ଅଘଟଣ । ଏକ ମୁକୁଳା ବୋରୋୱେଲରେ ଜଣେ ଯୁବତୀ ଖସି ପଡି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଜସ୍ଥାନ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ୍ ଯବାନ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି।
ଗତକାଲି ସନ୍ଧ୍ୟାରୁ ଯୁବତୀଜଣଙ୍କ ନିଖୋଜ ହୋଇଯାଇଥିଲେ। ବୋରୱେଲର ନିକଟରୁ ଯୁବତୀଙ୍କ ଚପଲ ଦେଖି ପରିବାର ଲୋକ ସେଥିରେ ଖସି ପଡିଥିବା ସନ୍ଦେହ କରିଥିଲେ । ଏନେଇ ସେମାନେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ।
Also Read
ଯୁବତୀ ଜଣଙ୍କ ଖସି ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୧୦୦ଫୁଟ। ତାଙ୍କୁ ଅମ୍ଳଜାନ ଯୋଗାଇଦେବାକୁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଚେଷ୍ଟା କରାଯାଉଛି । ଏଥିସହ କ୍ୟାମେରା ଖଞ୍ଜା ଯାଇ ଯୁବତୀଙ୍କ ସ୍ଥିତି ଜାଣିବାକୁ ଚେଷ୍ଟା କରାଯାଉଛି।
ଏହି ଖବର ପ୍ରଚାରିତ ହେବା ପରେ ମୁକୁଳା ବୋରୋୱେଲ ନିକଟରେ ଲୋକଙ୍କ ଗହଳି ଜମିବାରେ ଲାଗିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୫ ଆତଙ୍କବାଦୀ
ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ବୋଟ୍ରେ ନଥିଲା ଲାଇଫ୍ ଜ୍ୟାକେଟ୍, ନେଭି ଡ୍ରାଇଭର୍ଙ୍କ ବିରୋଧରେ FIR
ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
National
କାର୍କୁ ପିଟିଲା ଟ୍ରକ୍; ୫ ମୃତ, ୫ ଗୁରୁତର
ଏକ ଟ୍ରକ୍ କାର୍କୁ ପିଟିବାରୁ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Politics
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଜେପିସି: ୩୧ ସାଂସଦଙ୍କ ମଧ୍ୟରେ ପ୍ରିୟଙ୍କା, ସମ୍ବିତ ଓ ଭର୍ତ୍ତୃହରି
ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କମିଟିରେ ରହିଛନ୍ତି।