Advertisment

ଜୀବନ ନେଇଗଲା ଇନଷ୍ଟାଗ୍ରାମ ରିଲ୍ସ ନିଶା

ସେ ଇନଷ୍ଟାଗ୍ରାମରେ ରିଲ୍ସ କରନ୍ତି। ଏବେ ସେ ଭାଇରାଲ ହେବା ପାଇଁ ଗୋଟିଏ ସ୍କୁଲରେ କରୁଥିଲେ ଷ୍ଟଣ୍ଟ।

author-image
Hemant Lenka
Insta

Insta

ସୋଶାଲ ମିଡିଆରେ ଭାଇରାଲ ହେବା ନିଶା ଏବେ ଯୁବପିଢ଼ିକୁ ଘାରିଛି। ଏହି ନିଶା ଏବେ ଜଣେ ଯୁବକଙ୍କ ଜୀବନ ନେଇଛି। ଭାଇରାଲ ହେବା ପାଇଁ ବିପଦଜନକ ଷ୍ଟଣ୍ଟ କରିବା ବେଳେ ପ୍ରାଣ ହରାଇଛନ୍ତି ଉତ୍ତର ପ୍ରଦେଶର ୨୧ ବର୍ଷୀୟ ଶିବମ କୁମାର।

Advertisment

ସେ ଇନଷ୍ଟାଗ୍ରାମରେ ରିଲ୍ସ କରନ୍ତି। ଏବେ ସେ ଭାଇରାଲ ହେବା ପାଇଁ ଗୋଟିଏ ସ୍କୁଲରେ କରୁଥିଲେ ଷ୍ଟଣ୍ଟ। ଶିବମ କୁମାର ସ୍କୁଲରେ ଲାଗିଥିବା ଫ୍ଲାଗ ପୋଷ୍ଟରେ ତଳ ଆଡ଼କୁ ମୁଣ୍ଡ କରି ଝୁଲି ରହିଥିଲେ।

ସେ ତଳ ପଟେ ଝୁଲି ରହି ପୋଲ୍‌ରେ ପତାକା ଲଗାଇ ଥାଆନ୍ତେ। ଏହାକୁ ତାଙ୍କ ସାଙ୍ଗ ରେଡର୍କ କରୁଥିଲେ। ହେଲେ ସିମେଣ୍ଟ ମୂଳଦୁଆ ଥିବା ପୋଲ୍‌ଟି ଶିବମଙ୍କ ଓଜନ ସମ୍ଭାଳି ନ ପାରି ଭାଙ୍ଗି ଯାଇଥିଲା। ଶିବମ ସିଧା ତଳକୁ ଖସି ପଡ଼ିଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଖୈରାଦା ଗାଁରେ ଥିବା ଜୁନିୟର ହାଇସ୍କୁଲରେ ଘଟିଛି। ଅପରାହ୍ନ ପ୍ରାୟ ୫ଟା ସମୟରେ ଶିବମ ତାଙ୍କ ବାପାଙ୍କୁ ରେଳ ଷ୍ଟେସନରୁ ଆଣି ପ୍ରଥମେ ଘରେ ଛାଡ଼ିଥିଲେ। ଏହାପରେ ସେ ଦୁଇ ଜଣ ବନ୍ଧୁ ଅନୁ ଓ ଅଙ୍କିତଙ୍କ ସହ ମିଶି ରିଲ୍ସ କରିବାକୁ ସ୍କୁଲରେ ପହଞ୍ଚି ଯାଇଥିଲେ।

୩ ଜଣ ଯାକ ସ୍କୁଲ ଛାତକୁ ଚଢ଼ିବା ସହ ସେଠାରେ ଶିବମ ବିପଦଜନକ ଷ୍ଟଣ୍ଟ ଶୁଟିଂ କରିବାକୁ ଚାହିଁଥିଲେ। ଅନୁ ଓ ଅଙ୍କିତ ମୋବାଇଲରେ ରେକର୍ଡ କରୁଥିବା ବେଳେ ଶିବମ ପୋଲରେ ଝୁଲି ରହିଥିଲେ।

ବାସ୍‌ କିଛି ସେକେଣ୍ଡ ମଧ୍ୟରେ ପୋଲଟି ଭାଙ୍ଗି ଯିବାରୁ ଶିବମ ତଳେ କଚାଡ଼ି ହୋଇ ପଡ଼ିଥିଲେ। ତଳେ ମୁଣ୍ଡ ମାଡ଼ ହେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଶିବମଙ୍କ ବାପା ଜଣେ ଶ୍ରମିକ ଭାବେ କାମ କରନ୍ତି। ପୁଅର ଏପରି ମୃତ୍ୟୁରେ ସେ ପୂରା ମର୍ମାହତ ହୋଇ ପଡ଼ିଛନ୍ତି। ଏହି ଖବର ପୂରା ଗାଁରେ ମଧ୍ୟ ଶୋକର ଚ୍ଛାୟା ଖେଳାଇ ଦେଇଛି।

Uttar Pradesh Instagram Reel