Advertisment

ବିଚ୍‌ ବଜାରରେ ଯାଉଥିଲେ ବ୍ୟକ୍ତି, ମୁଣ୍ଡରେ ବାଜିଲା ଗୁଳି

ବିଚ୍‌ ବଜାରରେ ହଠାତ୍‌ ଫୁଟିଲା ଗୁଳି। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଜଣେ ଯୁବକ ଗୁଳି କରି ଫେରାର ହୋଇଗଲେ।

author-image
Niharika Rout
Firing

Firing

ବଜାର ଥିଲା ଖଚାଖଚ । ଦିନ ଦ୍ୱିପ୍ରହରରେ ଲୋକଙ୍କ ସମେତ ଗାଡ଼ି ଭିଡ଼ ବି ପ୍ରବଳ ଥିଲା। ଏହି ସମୟରେ ହଠାତ୍‌ ଫୁଟିଲା ଗୁଳି। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଜଣେ ଯୁବକ ଗୁଳି କରି ଫେରାର ହୋଇଗଲେ। ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଦିଲ୍ଲୀର ସଲିମପୁର ଅଞ୍ଚଳର ଏପରି ଏକ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଗୁରୁତର ବ୍ୟକ୍ତିଜଣକ ଶାହନବାଜ ଓ ସେ ଜଣେ ଶ୍ରମିକ ବୋଲି ଜଣାଯାଇଛି।

ସିସିଟିଭିରେ ଦେଖିବାକୁ ମିଳୁଛି ଅଭିଯୁକ୍ତ ଯୁବକଜଣକ ଶାହନବାଜଙ୍କ ପିଛା କରି କରି ସଲିମପୁର ମାର୍କେଟରେ ପହଞ୍ଚିଥିଲେ। ଏହାପରେ ସୁଯୋଗ ଦେଖି ଅତି ପାଖରୁ ସେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ବ୍ୟକ୍ତିଜଣକ ବେହୋସ ହୋଇ ତଳେ ପଡ଼ିଯିବାରୁ ଅଭିଯୁକ୍ତଜଣକ ତୁରନ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା।

Advertisment

ତୁରନ୍ତ ସ୍ଥାନୀୟ ଲୋକେ ଶାହନବାଜଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଅଭିଯୁକ୍ତଜଣକ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ଏଥିସହ ଗୁଳି ମାଡ଼ ପଛର କାରଣ ବି ସ୍ପଷ୍ଟ ହୋଇ ପାରିନି। ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। 

Delhi Firing