Advertisment

ଗୁଗଲରେ ୨ କୋଟି ଟଙ୍କା ପ୍ୟାକେଜରେ ଚାକିରି ପାଇଲେ ଏହି ଯୁବକ

ଏନଆଇଆଇଟି ପାଟନାରୁ ବିଟେକରେ ଡିଗ୍ରୀ ହାସଲ କରିଥିବା ଅଭିଷେକ କୁମାର ଆସନ୍ତା ଅକ୍ଟୋବର ମାସରୁ ନିଜର ଦାୟିତ୍ୱ ଗ୍ରହଣ କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
Google

Google

ବିହାରର ଜାମୁଇ ଜିଲ୍ଲାର ଜଣେ ଯୁବ କମ୍ପ୍ୟୁଟର ଇଞ୍ଜିନିୟରଙ୍କୁ ମିଳିଛି ବଡ଼ ସଫଳତା। ସେ ସୁଦୂର ଲଣ୍ଡନରେ ପାଇଛନ୍ତି ଚାକିରି। ଗୁଗଲର ଲଣ୍ଡନ ଅଫିସରେ ତାଙ୍କୁ ଚାକିରି ମିଳିଛି। ସେ ୨ କୋଟି ଟଙ୍କାର ପ୍ୟାକେଜରେ ଗୁଗଲରେ ଚାକିରି ପାଇଛନ୍ତି। ଏନଆଇଆଇଟି ପାଟନାରୁ ବିଟେକରେ ଡିଗ୍ରୀ ହାସଲ କରିଥିବା ଅଭିଷେକ କୁମାର ଆସନ୍ତା ଅକ୍ଟୋବର ମାସରୁ ନିଜର ଦାୟିତ୍ୱ ଗ୍ରହଣ କରିବେ।

Advertisment

ଅଭିଷେକ କୁମାରଙ୍କ ଘର ଜାମୁଇ ଜିଲ୍ଲାର ଜାମୁ ଖାରିୟା ଗାଁରେ। ତାଙ୍କ ବାପା ଇନ୍ଦ୍ରଦେବ ଯାଦବ ଜଣେ ଓକିଲ। ସେ ଜାମୁଇ ସିଭିଲ କୋର୍ଟରେ କାମ କରନ୍ତି। ମା’ ମଞ୍ଜୁ ଦେବୀ ଘର କଥା ବୁଝନ୍ତି। ସବୁବେଳେ ଅଭିଷେକଙ୍କ ଘରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ। ଏଥିଯୋଗୁ ସେ ସଫଳତା ପାଇଥିବା କହଛନ୍ତି।

ଅଭିଷେକ କୁମାର କହିଛନ୍ତି, “ଏହା ମୋର ସବୁଠାରୁ ବଡ଼ ସଫଳତା। ମୁଁ ବେଶ ଉତ୍ସାହିତ। ଗୁଗଲରେ କାମ କରିବା ଅନେକ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ୱପ୍ନ ହୋଇଥାଏ। ମୁଁ ଗୁଗଲ ସହ କାମ କରିବା ପାଇଁ ଅପେକ୍ଷା କରି ରହିଛି।”

Advertisment

ଜାମୁଇରେ ପ୍ରାଥମିକ ଶିକ୍ଷା ପରେ ଅଭିଷେକ କୁମାର ଏନଆଇଟି ପାଟନାରୁ ସଫ୍ଟଟୱେୟାର ଡିଗ୍ରୀ ହାସଲ କରିଥିଲେ। ୨୦୨୨ରେ ଅଭିଷେକ କୁମାର ଆମାଜନରେ ୧.୦୮ କୋଟି ଟଙ୍କା ପ୍ୟାକେଜର ଚାକିରି ପାଇଥିଲେ। ଏଠାରେ ସେ ୨୦୨୩ ମାର୍ଚ୍ଚ ଯାଏ କାମ କରିଥିଲେ। ଏହାପରେ ସେ ଜର୍ମାନୀର ଇନଭେଷ୍ଟମେଣ୍ଟ କମ୍ପାନୀର ଫରେନ ଏକ୍ସଚେଞ୍ଜ ଟ୍ରେଡିଂ ୟୁନିଟ ପାଇଁ କାମ କରିଥିଲେ।

ଅଭିଷେକଙ୍କୁ ସଫଳତାର ରାସ୍ତା ଆଦୌ ସହଜ ନଥିଲା। ସେ ଇଣ୍ଟରଭ୍ୟୁଗୁଡ଼ିକ ପାଇଁ ନିଜକୁ ପ୍ରସ୍ତୁତ କରିବା ବେଳେ ଚାକିରି ମଧ୍ୟ କରୁଥିଲେ। ସେ ସବୁବେଳେ କାମ ପାଇଁ ୮ରୁ ୯ ଘଣ୍ଟା ଦେଉଥିଲେ। ବାକି ସମୟରେ ସେ ନିଜର କୋଡିଂ ଦକ୍ଷତା ଓ ଗୁଗଲ ଇଣ୍ଟରଭ୍ୟୁ ପାଇଁ ରଣନୀତି ମଧ୍ୟ କରୁଥଲେ।

ଅଭିଷେକ କହିଛନ୍ତି, “ମୁଁ ଅନ୍ୟ ଗୋଟିଏ କମ୍ପାନୀରେ କାମ କରୁଥିଲି ଓ ଇଣ୍ଟରଭ୍ୟୁ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲି। ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଥିଲା। ଚାକିରି ପାଇଁ ମୋତେ ୮ରୁ ୯ ଘଣ୍ଟା ଦେବାକୁ ପଡ଼ୁଥିଲା। ବାକି ସମୟ ମୁଁ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଥିଲି।

ଇଣ୍ଟରଭ୍ୟୁ ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେହିପରି ଉକ୍ତ ରଣନୀତିରେ ସ୍ଥିରତା ରଖିବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ। ଯେତେବଳେ ବି ମୁଁ ସମୟ ପାଏ କୋଡିଂରେ ଲାଗି ପଡ଼େ ଓ ଇଣ୍ଟରଭ୍ୟୁର ପ୍ରଶ୍ନ ପ୍ରସ୍ତୁତ କରେ। ଏହା ମୋତେ ଇଣ୍ଟରଭ୍ୟୁରେ ସଫଳତା ଆଣି ଦେଇଛି।”

ସେ ଆହୁରି କହିଛନ୍ତି, “ମୁଁ ଛୋଟିଆ ସହରରୁ ଆସିଥିଲେ ହେଁ ମୋ ମୂଳ ଗାଁ ସହ ଜଡ଼ିତ। ଗାଁରେ ଆମର ଗୋଟିଏ ମାଟି ଘର ଥିଲା। ହେଲେ ଉପଯୁକ୍ତ ସମ୍ପଦ ବଳରେ ମୁଁ ଗୋଟିଏ ନୂଆ ଘର କରିପାରିଛି।”

ଅଭିଷେକଙ୍କ ମା’ ନିୟମିତ ଅସୁସ୍ଥ ରୁହନ୍ତି। ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ଅଭିଷେକ ଆରମ୍ଭରୁ ହିଁ କଠିନ ପରିଶ୍ରମ କରି ଚାଲିଥିଲେ। ଶେଷରେ ତାଙ୍କୁ ବଡ଼ ସଫଳତା ମିଳିଛି। ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପା ମା’ ଓ ଭାଇଙ୍କୁ ଦେଇଛନ୍ତି।

Job Vacancy Google