Advertisment

ବାପ ଘରକୁ ବୁଲି ଆସିଥିଲା ବଡ଼ ଭଉଣୀ; ଜୀବନ ନେଲା ସାନ ଭଉଣୀ

ବିବାହିତା ଯୁବତୀ ନିଜ ବାପ ଘରକୁ ବୁଲି ଆସିଥିବା ବେଳେ ସାନ ଭଉଣୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା। ଫଳରେ ସାନ ଭଉଣୀ ଘରେ ଥିବା ଛୁରିରେ ବଡ଼ ଭଉଣୀକୁ ଆକ୍ରମଣ କରି ତା’ ଜୀବନ ନେଇଗଲା।

Sisters

Sisters

Advertisment

ଭଉଣୀ, ଭଉଣୀ କଳି ଖୁବ୍‌ ସାମାନ୍ୟ କଥା ହୋଇଥିବା ବେଳେ ପ୍ରାୟତଃ ସବୁ ଘରେ ଏହା ଦେଖାଯାଇଥାଏ। ମାତ୍ର ଖୁସି ମନରେ ଶାଶୂ ଘରୁ ବାପ ଘରକୁ ବୁଲିବାକୁ ଆସିଥିବା ନିଜ ବଡ଼ ଭଉଣୀକୁ ସାନ ଭଉଣୀ ଛୁରା ମାଡ଼ କରିବାକୁ ପଛାଇଲା ନାହିଁ। ଫଳରେ ବାପ ଘରେ ହିଁ ଆଖି ବୁଜିଦେଲା ବଡ଼ ଭଉଣୀ। ଏପରି ଏକ ଲୋମ ଟାଙ୍କୁରା ଘଟଣା ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଘଟିଛି।

Advertisment

ଅକୋଲା ଜିଲ୍ଲାର ବୋରଗାଁର ଜଣେ ବିବାହିତା ଯୁବତୀ ନିଜ ବାପ ଘରକୁ ବୁଲି ଆସିଥିଲେ। ଇତି ମଧ୍ୟରେ ତାଙ୍କର ନିଜ ସାନ ଭଉଣୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା। ଦୁଇ ଭଉଣୀଙ୍କ ଝଗଡ଼ାକୁ ପରିବାର ଲୋକେ ଗୁରୁତର ସହ ନେଇ ନ ଥିଲେ। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିବାରୁ ସାନ ଭଉଣୀ ଘରେ ଥିବା ଛୁରିରେ ବଡ଼ ଭଉଣୀକୁ ଆକ୍ରମଣ କରିଥିଲା। ସେ ବଡ଼ ଭଉଣୀର ବେକ, ଛାତିକୁ ବାରମ୍ବାର ଛୁରା ମାଡ଼ କରିଥିଲା।

ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ବଡ଼ ଭଉଣୀଜଣକ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହାଦେଖି ଅବାକ୍‌ ହୋଇ ଯାଇଥିବା ପରିବାର ଲୋକେ ତୁରନ୍ତ ଝିଅକୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ଅଭିଯୁକ୍ତ ସାନ ଭଉଣୀକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରିଛି। ଏଥିସହ ହତ୍ୟାର କାରଣ ଖୋଜିବାକୁ ପୁଲିସ୍‌ ତନାଘନା ଆରମ୍ଭ କରିଛି। ଏନେଇ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Murder Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe