Advertisment

AI Summit protest: ଯୁବ କଂଗ୍ରେସ ସଭାପତିଙ୍କୁ ବାନ୍ଧିଲା ପୁଲିସ

ଏଆଇ ଇମ୍ପାକ୍ଟ ସମ୍ମେଳନ ବେଳେ ଦିଲ୍ଲୀର ଭାରତ ମଣ୍ଡପମରେ ଶାର୍ଟ ଖୋଲି ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣାରେ ମଙ୍ଗଳବାର ସକାଳେ ଭାରତୀୟ ଯୁବ କଂଗ୍ରେସ(Indian Youth Congress) ର ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବଙ୍କୁ ପୁଲିସ ଗିରଫ କରିଛି।

Youth Congress
Advertisment

ଏଆଇ ଇମ୍ପାକ୍ଟ ସମ୍ମେଳନ ବେଳେ ଦିଲ୍ଲୀର ଭାରତ ମଣ୍ଡପମରେ ଶାର୍ଟ ଖୋଲି ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣାରେ ମଙ୍ଗଳବାର ସକାଳେ ଭାରତୀୟ ଯୁବ କଂଗ୍ରେସ(Indian Youth Congress) ର ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଉଦୟ ଭାନୁ ଚିବଙ୍କୁ ମିଶାଇ ଏଯାବତ ୮ ଜଣଙ୍କ ଗିରଫ କରିସାରିଲାଣି ପୁଲିସ।   

Advertisment

ତିଲକ ମାର୍ଗ ଥାନାରେ ପ୍ରାୟ ୧୫ ଘଣ୍ଟା ଧରି ଜେରା କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଚରାଉଚରା ବେଳେ ଉଦୟ ଭାନୁ ଚିବ ସହଯୋଗ କରି ନଥିଲେ। ସେ ତଦନ୍ତକାରୀ ଅଧିକାରୀମାନଙ୍କୁ ବାଟବଣା କରିବାକୁ ପ୍ରୟାସ କରିଥିଲେ। ତେବେ ପୁଲିସ ପାଖରେ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। 

ଉଦୟ ଭାନୁ ଚିବଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ସ୍ୱେଚ୍ଛାକୃତ ଭାବରେ ସରକାରୀ ଅଧିକାରୀଙ୍କୁ କ୍ଷତି ପହଞ୍ଚାଇବା, କର୍ତ୍ତବ୍ୟରେ ଜଣେ ସରକାରୀ କର୍ମଚାରୀଙ୍କୁ ବାଧା ଦେବା ଓ ଜାଣିଶୁଣି ଅମାନ୍ୟ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ସେହିପରି ପୁଲିସ ଏହି ଘଟଣାକୁ ଏକ ସାଧାରଣ ବିକ୍ଷୋଭ ଭାବେ ଦେଖୁନାହିଁ। ଏଆଇ ଇମ୍ପାକ୍ଟ ସମ୍ମେଳନ (AI Impact Summit)ରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ ସମ୍ମୁଖରେ ଭାରତର ଛବିକୁ ଜାଣିଶୁଣି ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ବିକ୍ଷୋଭ କରାଯାଇଥିବା ପୁଲିସ ସନ୍ଦେହ କରୁଛି ଓ ସେହି ଦୃଷ୍ଟିକୋଣରେ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। 

Advertisment

ଉଦୟ ଭାନୁ ଚିବଙ୍କ ପୂର୍ବରୁ ଯେଉଁ ୭ ଜଣ ଗିରଫ ହୋଇଥିଲେ, ସେମାନଙ୍କର ଯୁବ କଂଗ୍ରେସ ସହିତ ସଂପୃକ୍ତି ରହିଛି। ତେଣୁ ଉଦୟ ଭାନୁ ଚିବଙ୍କୁ ରିମାଣ୍ଡରେ ଆଣି ସେହି ଅଭିଯୁକ୍ତଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରିବାକୁ ପୁଲିସ ଯୋଜନା ରଖିଥିବା ସୂଚନା ମିଳିଛି। ତା’ପରେ ସେମାନେ କେବେ, କେଉଁଠି ଓ କିପରି ଭାବେ ଏହି ବିକ୍ଷୋଭର ଯୋଜନା କରିଥିଲେ, ତାହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି। 

ଏହା ସହିତ ଯେଉଁ ଟି-ଶାର୍ଟ ପିନ୍ଧି ବିକ୍ଷୋଭକାରୀମାନେ ଏଆଇ ଇମ୍ପାକ୍ଟ ସମ୍ମେଳନକୁ ଯାଇଥିଲେ, କିଏ ସେଥିପାଇଁ ଅର୍ଥ ଦେଇଥିଲେ, ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ପୁଲିସ। ସେହି ସବୁ ଟି-ଶାର୍ଟରେ ‘ପ୍ରଧାମନ୍ତ୍ରୀ ସାଲିସ କରିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଓ ଏପଷ୍ଟିନ୍ ଫାଇଲସ ଆଦି ଲେଖା ପ୍ରିଣ୍ଟ ହୋଇଥିଲା।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe