Advertisment

କ୍ୟୁଆର୍‌ କୋଡ୍‌ କହିବ କୁକୁର ଓ ବିଲେଇ କାହାର

ଏହି କୋଡକୁ ସ୍କାନ କରିବା ମାତ୍ରେ ହଜି ଯାଇଥିବା ପଶୁ ସମ୍ପର୍କରେ ତଥ୍ୟ ଦେଖାଯିବ। ଏଥିସହ ଏହାର ମାଲିକ କିମ୍ବା ଲୋକାଲ ଫିଡର୍ସମାନଙ୍କ ଫୋନ ନମ୍ବର ମଧ୍ୟ ସାମ୍ନାକୁ ଆସିଯିବ।

QR code

QR code

Advertisment

କୁକୁର ଓ ବିଲେଇଙ୍କ ପାଇଁ ସ୍ୱତନ୍ତ୍ର କ୍ୟୁଆର କୋଡ୍‌ ତିଆରି କରିଛନ୍ତି ମୁମ୍ବାଇର ଜଣେ ୨୩ ବର୍ଷୀୟ ଯୁବ ଇଞ୍ଜିନିୟର। ଅକ୍ଷୟ ରିଦଲାନ ଏମିତି ଏକ କ୍ୟୁର କୋଡ୍‌ ତିଆରି କରିଛନ୍ତି, ଯାହାକୁ କୁକୁର ଓ ବିଲେଇଙ୍କ ଦେହରେ ଲଗା ଯାଇପାରିବ। ଏହାଦ୍ୱାରା ସେମାନେ ହଜିଗଲେ ମଧ୍ୟ ମାଲିକମାନେ ଠାବ କରିପାରିବେ। ଏହି କୋଡକୁ ସ୍କାନ କରିବା ମାତ୍ରେ ହଜି ଯାଇଥିବା ପଶୁ ସମ୍ପର୍କରେ ତଥ୍ୟ ଦେଖାଯିବ। ଏଥିସହ ଏହାର ମାଲିକ କିମ୍ବା ଲୋକାଲ ଫିଡର୍ସମାନଙ୍କ ଫୋନ ନମ୍ବର ମଧ୍ୟ ସାମ୍ନାକୁ ଆସିଯିବ। ଏହା ବଳରେ ହଜି ଯାଇଥିବା ପଶୁଟି ତା’ ମାଲିକ ପାଖରେ ପହଞ୍ଚି ପାରିବ।

Advertisment

ଅକ୍ଷୟ କହିଛନ୍ତି, “ମୁଁ ମୋର କୁକୁର କାଳୁକୁ ହଜାଇବା ପରେ ଏପରି ଏକ କୋଡ୍‌ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ମାଇକ୍ରୋଚିପ୍ସ ପଶୁମାନଙ୍କ ଦେହରେ ଲଗା ଯାଇପାରିବ। କିନ୍ତୁ ଏହା ଅଧିକ ଦାମ ହୋଇଥିବା ବେଳେ କୁକୁରମାନଙ୍କ ଦେହରେ ଏହାକୁ ପ୍ରବେଶ କରାଇବାକୁ ପଡ଼ିବ। ତେଣୁ ମୁଁ କ୍ୟୁଆର କୋଡ୍‌ ତିଆରି କରିଛି। ଏହା ଶସ୍ତା ଓ ବେଶ ସହଜରେ ପଶୁମାନଙ୍କ ଦେହରେ ଲାଗି ପାରିବ।”

Pawfriend.in ନାଁରେ ତିଆରି ହୋଇଥିବା ଏହି କୋଡ୍‌କୁ ପଶୁମାନଙ୍କ କଲାର୍‌ରେ ଲଗେଇ ହେବ। ଏହାକୁ ଯିଏ ସ୍କାନ କରିବେ ସେ ତୁରନ୍ତ ପଶୁଟି କାହାର ଓ କେଉଁଠୁ ଆସିଛି, ସେକଥା ଜାଣିପାରିବେ।

Advertisment
Pet Dog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe