Advertisment

ଟୋଲ ଫିରୁ ବର୍ତ୍ତିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡରେ ପଶିଗଲେ ଯୁବକ, ତା’ ପରେ...

ଟୋଲ ଫିରୁ ବଞ୍ଚିବାକୁ ଅଭିନବ ଉପାୟ ରଚିଲେ ବ୍ୟକ୍ତି। ମାତ୍ର ତାହା ତାଙ୍କୁ ମହଙ୍ଗା ପଡ଼ିଲା ଓ ବ୍ୟକ୍ତିଜଣକ ଏବେ ବନ୍ଧା ହୋଇ ଜେଲ୍‌ ଚାରି କାନ୍ଥ ଭିତରେ ପହଞ୍ଚିଛନ୍ତି।

CM’ convoy

CM’ convoy

Advertisment

ଟୋଲ ଫିରୁ ବଞ୍ଚିବାକୁ ଅଭିନବ ଉପାୟ ରଚିଲେ ବ୍ୟକ୍ତି। ମାତ୍ର ତାହା ତାଙ୍କୁ ମହଙ୍ଗା ପଡ଼ିଲା ଓ ବ୍ୟକ୍ତିଜଣକ ଏବେ ବନ୍ଧା ହୋଇ ଜେଲ୍‌ ଚାରି କାନ୍ଥ ଭିତରେ ପହଞ୍ଚିଛନ୍ତି। ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି।

Advertisment

ସୋଶାଲ ମିଡିଆରେ ଭିଡିଓ କରୁଥିବା ଶୁଭମ କୁମାର ନାମକ ୩୦ ବର୍ଷୀୟ ଯୁବକ ଘଟଣା ଦିନ ବାନ୍ଦ୍ରା ୱର୍ଲିରେ ଥିବା ସି ଲିକ୍‌ ଟୋଲ ଗେଟ ନିକଟରେ ପହଞ୍ଚିଥିଲେ। ଉକ୍ତ ଟୋଲ ଗେଟ୍‌ ଅତିକ୍ରମ କରିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ଜାଣି ଯୁବକଜଣକ ସେଠାରେ ରହି ଯାଇଥିଲେ।

କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍‌କେଡ ଉକ୍ତ ଟୋଲଗେଟ୍‌ ଅତିକ୍ରମ କଲା। ତେଣୁ ଉକ୍ତ କାର୍‌କେଡରେ ପଶିଗଲେ ଟୋଲ ଫି ଦେବାକୁ ପଡ଼ିବନି ଭାବି ଯୁବକଜଣକ ନିଜ କାର୍‌ ସହ ପଶି ଯାଇଥିଲେ। ମାତ୍ର ଜଣେ ପୁଲିସ୍‌ ଅଧିକାରୀ ଏହା ଦେଖି ତୁରନ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକଜଣକ ଅଟକି ନ ଥିଲେ।

Advertisment

ଏହାପରେ ତୁରନ୍ତ ୱର୍ଲି ଟ୍ରାଫିକ ପୁଲିସ୍‌କୁ ଆଲର୍ଟ କରାଯାଇଥିଲା। ପରେ ସେଠାରେ ତୁରନ୍ତ ତାଙ୍କୁ ମାଡ଼ି ବସିଥିଲା ଟ୍ରାଫିକ ପୁଲିସ୍‌। ଏହାପରେ ବାନ୍ଦ୍ରା ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି।

ଟୋଲ ଫିରୁ ବର୍ତ୍ତିବାକୁ ଶୁଭମ କୁମାର ଏପରି କରିଥିବା ପୁଲିସ୍‌ ସମ୍ମୁଖରେ କହିଛନ୍ତି।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe