Advertisment

ସକାଳୁ ଦୌଡ଼ୁଥିଲେ ଯୁବକ, ରାସ୍ତାରେ ଟଳି ପଡ଼ିଲେ

ପ୍ରତିଦିନ ସକାଳୁ ମାଇଲ ମାଇଲ ବାଟ ଦୌଡ଼ୁଥିଲେ। ମାତ୍ର ସବୁ ସ୍ୱପ୍ନ ଅଧୁରା ରହିଗଲା। ସକାଳେ ଦୌଡ଼ୁଥିବା ବେଳେ ହୃଦଘାତ ଯୋଗୁ ଟଳିପଡ଼ିଲେ ଯୁବକ ।

author-image
Niharika Rout
cctv footage

cctv footage

ପୁଲିସ୍‌ ବିଭାଗରେ ଚାକିରି ପାଇବା ପାଇଁ ସ୍ୱପ୍ନ ଦେଖୁଥିଲେ। ଏଥିନିମନ୍ତେ ଶାରୀରିକ ପ୍ରସ୍ତୁତି ବି ଚଳାଇଥିଲେ। ପ୍ରତିଦିନ ସକାଳୁ ମାଇଲ ମାଇଲ ବାଟ ଦୌଡ଼ୁଥିଲେ। ମାତ୍ର ସବୁ ସ୍ୱପ୍ନ ଅଧୁରା ରହିଗଲା। ସକାଳେ ଦୌଡ଼ୁଥିବା ବେଳେ ହୃଦଘାତ ଯୋଗୁ ଟଳିପଡ଼ିଲେ ଯୁବକ । ଏପରି ଏକ ଅଭାବନୀୟ ଘଟଣା ଗୁଜରାଟର ଜାମନଗରରେ ଘଟିଛି ।

Advertisment

ଜାମନଗର ଅଞ୍ଚଳର ହେମନ୍ତ ଭାଇ ଜୋଗଲ ନାମକ ଯୁବକ ପୁଲିସ୍‌ ବିଭାଗରେ ଚାକିରି ପାଇଁ ଆଶାୟୀ ଥିଲେ। ଏଥିନିମନ୍ତେ ସେ ବିଭିନ୍ନ ପରୀକ୍ଷା ଦେଉଥିବା ବେଳେ ନିଜକୁ ଶାରୀରିକ ଭାବେ ଫିଟ୍‌ ରଖୁଥିଲେ।

ଏଥିନିମନ୍ତେ ପ୍ରତିଦିନ ସକାଳେ ସାଙ୍ଗଙ୍କ ସହ ଦୌଡ଼ାଦୌଡ଼ି କରନ୍ତି। ଘଟଣା ଦିନ ସକାଳେ ଦୌଡ଼ୁଥିବା ବେଳେ ହଠାତ୍‌ ନିଜ ଉପରୁ ନିୟନ୍ତ୍ରଣ ହରାଇ ସେ ତଳେ ପଡ଼ି ଯାଇଥିଲେ। ପାଖରେ ଉପସ୍ଥିତ ସାଙ୍ଗମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବାରୁ ସେ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଆଜିକାଲି ଯୁବବର୍ଗ ତଥା ପିଲାମାନେ ହୃଦଘାତ ଯୋଗୁ ଅକାଳରେ ଟଳି ପଡ଼ୁଥିବା ଘଟଣା ଚିନ୍ତାର କାରଣ ପାଲଟିଛି। କିଛି ଦିନ ପୂର୍ବେ ମଧ୍ୟପ୍ରଦେଶରେ ଏକ କୋଚିଂ ସେଣ୍ଟରରେ ପଢ଼ୁଥିବା ବେଳେ ଜଣେ ଛାତ୍ରଙ୍କର ହୃଦଘାତ ହୋଇଥିଲା। ଫଳରେ ସେ ସେହିଠାରେ ଆଖି ବୁଜି ଦେଇଥିଲେ। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ହୃଦଘାତ ଯୋଗୁ ସ୍କୁଲରେ ଜଣେ ୯ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ବି ସାମନାକୁ ଆସିଛି। ଗୁଜରାଟରେ ନିଜ ପୁଅର ଜନ୍ମ ଦିନ ପାଳୁଥିବା ବେଳେ ଖୁସିରେ ମସଗୁଲ ଥିବା ଜଣେ ମହିଳା ଟଳି ପଡ଼ିବାର ହୃଦୟ ବିଦାରକ ଦୃଶ୍ୟ ବି ସୋଶାଲ ମିଡିଆରେ ଘୁରି ବୁଲୁଛି।

Gujarat Heart Attack