Advertisment

କୁକୁରକୁ ଗାଧୋଇଦେବାକୁ ନେଇ ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ

ନିଜ ଆଖି ଆଗରେ ଏହା ଦେଖି ସମ୍ଭାଳି ପାରି ନ ଥିବା କୁକୁରଟି ପ୍ରବଳ ଭୁକିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀରୁ ଉଭୟ ଭାଇ, ଭଉଣୀଙ୍କ ମୃତଦେହ ବାହାର କଲେ।

author-image
Niharika Rout
drowned

drowned

ନିଜ ପୋଷା କୁକୁରକୁ ଗାଧୋଇ ଦେବାକୁ ପୋଖରୀକୁ ନେଇଥିବା ବେଳେ ଘଟିଲା ଅଘଟଣ । ହଠାତ୍‌ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଗଲେ ଡାକ୍ତର ଭାଇ ଓ ତାଙ୍କ ସାନ ଭଉଣୀ। ନିଜ ଆଖି ଆଗରେ ଏହା ଦେଖି ସମ୍ଭାଳି ପାରି ନ ଥିବା କୁକୁରଟି ପ୍ରବଳ ଭୁକିବାରୁ କଥା ପ୍ରଘଟ ହେଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀରୁ ଉଭୟ ଭାଇ, ଭଉଣୀଙ୍କ ମୃତଦେହ ବାହାର କଲେ। ଏପରି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରେ ଘଟିଛି। ମୃତକ ଭାଇଭଉଣୀଦ୍ୱୟ ହେଲେ ରଞ୍ଜିତ ରଭିନ୍ଦ୍ରନ ଓ ତାଙ୍କ ସାନ ଭଉଣୀ କିର୍ତ୍ତି ରଭିନ୍ଦ୍ରନ ।

Advertisment

ଉଭୟ ରଭିନ୍ଦ୍ରନ ଓ କିର୍ତ୍ତି ନିଜ ବାପାମା’ଙ୍କ ସହ ଉମେଶ ନଗର ଅଞ୍ଚଳରେ ରୁହନ୍ତି । ରଭିନ୍ଦ୍ରନ ଏମବିବିଏସ୍‌ ପାଠ ପଢ଼ା ସାରିଥିବା ବେଳେ ଏବେ ଇଣ୍ଟର୍ନସିପ୍‌ କରୁଥିଲେ। ତାଙ୍କ ଭଉଣୀ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ବୋଲି ଜଣାଯାଇଛି। ଉଭୟଙ୍କ ପିତା ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ବେଳେ ମା’ ଘରେ ଟ୍ୟୁସନ କରନ୍ତି। ସେମାନେ ନିଜ ଗାଁକୁ ଯାଇଥିବା ବେଳେ ଭାଇ ଭଉଣୀ ନିଜ ଘରେ ଥିବା ପୋଷା କୁକୁରକୁ ସ୍କୁଟରରେ ଧରି ଗାଧୋଇଦେବାକୁ ନିଛାଟିଆ ସ୍ଥାନରେ ଥିବା ଏକ ପୋଖରୀକୁ ଯାଇଥିଲେ। ଉଭୟ ପ୍ରତି ରବିବାର ସେଠାକୁ ଯାଉଥିବା ଜଣାଯାଇଛି।

 କୁକୁରଟି କୂଳରେ ଥିବା ବେଳେ ଉଭୟ ଭାଇଭଉଣୀ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି କୁକୁରଟି ପ୍ରବଳ ଜୋରରେ ଭୁକିବାକୁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପହଞ୍ଚି କିଛି ଅଘଟଣ ଘଟିଥିବା ଆଶଙ୍କାରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

Advertisment

ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି ପରେ ପାଣିରୁ ଉଭୟଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ନିଜ ଦୁଇ ପିଲାଙ୍କ ଏପରି ଅଚାନକ ମୃତ୍ୟୁ ଖବର ପାଇ ବାପାମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Maharashtra Pet Dog Brother And Sister Drowning