Advertisment

ଜ୍ୟୋତିଙ୍କ ପରେ ଆଉ ଜଣେ ୟୁଟ୍ୟୁବର ଗିରଫ: ପାକିସ୍ତାନ ପାଇଁ କରୁଥିଲେ କାମ

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ରୁପନଗରର ମହଲାନ ଗାଁରେ ରହୁଥିବା ଯଶବୀର କାମ କରୁଥିଲେ। ତାଙ୍କର ଜନ ମହଲ ନାଁରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ରହିଛି। ଏହି ଚ୍ୟାନେଲ ନାଁରେ ସେ ପାକିସ୍ତାନ ଠାରୁ ଅର୍ଥ ସଂଗ୍ରହ କରି ଗୁଇନ୍ଦାଗିରି କରୁଥିବା ପୁଲିସ୍‌ କହିଛି।

author-image
Hemant Lenka
Jasbir Singh

Jasbir Singh

ଭାରତରେ ରହି ପାକିସ୍ତାନର ଗୁପ୍ତଚର ସାଜିଥିବା ଆଉ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି ପୁଲିସ୍‌। ପଞ୍ଜାବର ମୋହାଲି ସ୍ଥିତ ରାଜ୍ୟ ସ୍ପେଶାଲ ଅପରେସନ ସେଲ ବା ଏସଏସଓସି ପାକିସ୍ତାନ ସମର୍ଥିତ ଗୁଇନ୍ଦାଗିରି ରାକେଟର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୟୁଟ୍ୟୁବର ଯଶବୀର ସିଂହଙ୍କୁ ଗିରଫ କରାଯାଇଛି।

Advertisment

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ରୁପନଗରର ମହଲାନ ଗାଁରେ ରହୁଥିବା ଯଶବୀର କାମ କରୁଥିଲେ। ତାଙ୍କର ଜନ ମହଲ ନାଁରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ରହିଛି। ଏହି ଚ୍ୟାନେଲ ନାଁରେ ସେ ପାକିସ୍ତାନ ଠାରୁ ଅର୍ଥ ସଂଗ୍ରହ କରି ଗୁଇନ୍ଦାଗିରି କରୁଥିବା ପୁଲିସ୍‌ କହିଛି।

ପଞ୍ଜାବ ଡିଜିପିଙ୍କ କହିବା କଥା ଯେ ଯଶବୀର ପାକିସ୍ତାନ ହ୍ୟାଣ୍ଡେଲର୍ସଙ୍କ ଲିଙ୍କରେ ଥିବା ଅନେକ ଭାରତୀୟ ଗୁପ୍ତଚରଙ୍କ ଯୋଗାଯୋଗରେ ରହିଥିବା ପ୍ରମାଣ ମିଳିଛି। ଏମାନଙ୍କ ମଧ୍ୟରେ ପୂର୍ବରୁ ଗୁଇନ୍ଦାଗିରି ଘଟଣାରେ ଗିରଫ ହୋଇଥିବା ହରିୟାଣର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ରହିଛନ୍ତି। ଏହାବାଦ ଜ୍ୟୋତିଙ୍କ ଭଳି ଯଶବୀର ମଧ୍ୟ ବହିଷ୍କୃତ ହୋଇଥିବା ପାକିସ୍ତାନ ହାଇକମିଶନର କର୍ମଚାରୀ ଏହଶାନ ଉର ରହିମ ଓରଫ ଡାନିଶଙ୍କ ଲିଙ୍କରେ ଥିଲେ।

Advertisment

ଡାନିଶ ପାକିସ୍ତାନ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯଶବୀରଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯଶବୀର ଯୋଗ ଦେଇ ପାକିସ୍ତାନୀ ଆର୍ମି ଅଧିକାରୀ ଓ ବ୍ଲଗର୍ସମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ।

କୁହାଯାଉଛି ଯେ ଯଶବୀର ୨୦୨୦, ୨୦୨୧ ଓ ୨୦୨୪ରେ ପାକିସ୍ତାନ ଗସ୍ତ କରିଥିଲେ। ସେଠାରେ ମଧ୍ୟ ସେ ପାକିସ୍ତାନୀ ଅଧିକାରୀଙ୍କ ସହ ବୈଠକ କରିଥିଲେ। ତାଙ୍କ ଠାରୁ ଜବତ ବୈଦ୍ୟୁତିକ ସାମଗ୍ରୀରୁ ପାକିସ୍ତାନ ଭିତ୍ତିକ ଏକାଧିକ ମୋବାଇଲ ନମ୍ବର ମିଳିଛି। ବର୍ତ୍ତମାନ ସେଗୁଡ଼ିକର ଫରେନ୍ସିକ ଯାଞ୍ଚ କରାଯାଉଥିବା ଡିଜିପି ସୂଚନା ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଇନ୍ଦାଗିରି ଘଟଣାରେ ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ଯଶବୀରଙ୍କ ଚିନ୍ତା ବଢ଼ି ଯାଇଥିଲା। ସେ ଭୟରେ ପାକିସ୍ତାନୀ ନେଟୱର୍କ ସହ କରିଥିବା ଯୋଗାଯୋଗର ସମସ୍ତ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।

ଏସବୁ କଥା ଜଣାପଡ଼ିବା ‌ମୋହାଲିରେ ଥିବା ଏସଏସଓସିରେ ଗୋଟିଏ ଏଫଆଇଆର ରୁଜୁ କରାଯାଇଥିଲା। ଏହାପରେ ଯଶବୀରଙ୍କୁ ଗିରଫ କରାଯାଇଛି। ତାଙ୍କ ଗୁପ୍ତଚର ନେଟୱର୍କରେ ଆଉ କେଉଁମାନେ ସବୁ ରହିଛନ୍ତି, ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Pakistan Spying