/odisha-reporter/media/media_files/2026/02/26/komali-2026-02-26-17-59-32.jpg)
ଜୀବନ ହାରିଥିବା କୋମାଲି
ମୁଁ ଜାଣିଛି ସେ ମୋର ନୁହନ୍ତି। ତଥାପି ମୋ ଶରୀରର କିଛି ଅଂଶ ତାଙ୍କୁ ଏବେ ବି ଅପେକ୍ଷା କରୁଛି। ଏବି ଆଶା ଅଛି। ସେ ଦିନେ ମୋତେ ବାଛିବେ ବୋଲି ମୋ ମନ କହୁଛି। ଏମିତି କିଛି ନିଜ ଡାଏରୀରେ ଲେଖି ଝୁଲି ପଡ଼ିଛନ୍ତି ଜଣେ ୨୧ ବର୍ଷୀୟ ଛାତ୍ରୀ।
ତେଲଙ୍ଗାନାର ହାଇଦ୍ରାବାଦ ସ୍ଥିତ ଭଡ଼ା ଘରେ ଜୀବନ ହାରିବା(Suicide) ପୂର୍ବରୁ ସେ ନିଜ ମା’ଙ୍କୁ ମଧ୍ୟ ମେସେଜ କରିଥିଲେ। ମା’ ମୁଁ ତୁମ ବହୁତ ବହୁତ ଭଲ ପାଏ। ମୋ ସାନ ଭାଇର ଯତ୍ନ ନେବ ବୋଲି ମେସେଜରେ ଲେଖିଥିଲେ।
ହାଇଦ୍ରାବାଦରେ ଏକାକୀ ଘର ଭଡ଼ା ନେଇ ରହୁଥିବା ଏହି ୨୧ ବର୍ଷୀୟ ଯୁବତୀ ଜଣଙ୍କ ହେଲେ ବୋନୁ କୋମାଲି। ସେ ୩ ବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିବା ଯୁବକଙ୍କୁ ଅପେକ୍ଷା କରିଥିବା ନିଜ ଡାଏରୀରେ ଉଲ୍ଲେଖ କରିଛନ୍ତି।
କୋମାଲି ଡାଏରୀରେ ଲେଖିଛନ୍ତି ଯେ “ମୁଁ କେଉଁ ଆଡ଼େ ଯିବାକୁ ଭୟ କରୁଛି। କାରଣ ଯଦି ସେ ପୁଣି ଚାଲି ଆସିବେ? ମୁଁ ଜାଣିଛି ଯେ ମୁଁ ତାଙ୍କୁ ଛାଡ଼ି ଦେବା ଦରକାର। ମୁଁ ଜାଣିଛି ସେ ମୋର ନୁହନ୍ତି। ମୁଁ ଜାଣିଛି ସେ ମୋ ସହ ରହିବାକୁ ଚେଷ୍ଟା ମଧ୍ୟ କରୁ ନାହାନ୍ତି। ତଥାପି ମୋ ଭିତରର କିଛି ଅଂଶ ଏବେ ବି ତାଙ୍କୁ ଅପେକ୍ଷା କରିଛି। ଏବେ ଆଶା ରହିଛି। ଏବେ ବି ସେ ମୋତେ ଗୋଟିଏ ଦିନ ବାଛିବେ ବୋଲି ଭାବୁଛି।”
ସେ ଲେଖିଛନ୍ତି ଯେ ଆଗକୁ ବଢ଼ିବା ଅସମ୍ଭବ ଲାଗୁଛି। କାରଣ ଯେତେବେଳେ ସେ ଶେଷରେ ଚାଲିଯିବେ ସେତେବେଳେ ଯଦି କୋମାଲି ଭଲ ପାଉଥିବା ଯୁବକ ପୁଣି ଫେରି ତାଙ୍କୁ ଚାହିଁବେ, ତା’ହେଲେ କ’ଣ ହେବ ବୋଲି ମଧ୍ୟ ସେ ନିଜକୁ ନିଜେ ପ୍ରଶ୍ନ କରିଛନ୍ତି।
କୋମାଲିଙ୍କ ଘର ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ। ସେ ହାଇଦ୍ରାବାଦର ଗୋଟିଏ ଘରୋଇ କଲେଜରେ ବିଏସ୍ସି କରୁଥିଲେ। ଏଥିସହ ସେ ଜଣେ ପାର୍ଟ ଟାଇମ ୟୁଟ୍ୟୁବର। ହାଇଦ୍ରାବାଦରେ ୧୧ ମାସ ହେଲା ଏକାକୀ ଘର ଭଡ଼ା ନେଇ ରହୁଥିଲେ।
ପୁଲିସ୍ର କହିବା କଥା କୋମାଲି ୩ ବର୍ଷ ହେଲେ ଜଣେ ୨୭ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନୟର ୟୁଟ୍ୟୁବରଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। କିନ୍ତୁ କିଛି ମାସ ତଳେ ସେମାନେ ଅଲଗା ହୋଇଯାଇଥିଲେ। ପ୍ରେମିକ ଠାରୁ ଅଲଗା ହେବା ପରେ ୬ ମାସ ତଳେ ମଧ୍ୟ କୋମାଲି ଏକଦା ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବାର କିଛି ଘଣ୍ଟା ପୂର୍ବରୁ କୋମାଲି କୁଏତରେ ରହୁଥିବା ନିଜ ମା’ ବି ସତ୍ୟ ବରାଲକ୍ଷ୍ମୀଙ୍କୁ ଗୋଟିଏ ମେସେଜ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ “ମୁଁ ତୁମକୁ ବହୁତ ବହୁତ ଭଲ ପାଏ ମମ୍ମୀ।” ଏଥିସସ ସେ ନିଜ ସାନ ଭାଇର ଯତ୍ନ ନେବାକୁ ମଧ୍ୟ ମା’ଙ୍କୁ କହିଥିଲେ।
ଏହି ମେସେଜ ଦେଖିବାକୁ ପରେ ତାଙ୍କ ମା’ କଲ କରିଥିଲେ। ହେଲେ କୋମାଲି ଫୋନ ନ ଉଠାଇବାରୁ ସେ ତାଙ୍କର ଜଣେ ବନ୍ଧୁଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ବନ୍ଧୁ ଜଣଙ୍କ କୋମାଲିଙ୍କ ଫ୍ଲାଟରେ ପହଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ରୁମ ଭିତରୁ ଗୋଟିଏ ଶାଢ଼ୀ ଓ ଶିଢ଼ି ଜବତ ହୋଇଛି। ଏହାକୁ ବ୍ୟବହାର କରି ବୋମାଲି ଆତ୍ମହତ୍ୟା କରିଛନ୍ତି।
ପୁଲିସ ମୃତଦେହକୁ ଜବତ କରି ଓସମାନିଆ ଜେନେରାଲ ହସ୍ପିଟାଲରେ ରଖିଛି। ସେହିପରି ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
