Advertisment

ଶର୍ମିଲାଙ୍କୁ ଘାରିଲା ନିଜ ଭାଇ ଡର; ପାର୍ଟି କାର୍ଯ୍ୟାଳୟରେ କାଟିଲେ ରାତି

ବେରୋଜଗାରି ତଥା ଛାତ୍ରଙ୍କ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଥିବା ଆନ୍ଧ୍ରପ୍ରଦେଶ କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଲା ରେଡ୍ଡିଙ୍କୁ ଘାରିଛି ନିଜ ଭାଇଙ୍କ ଭୟ।

sharmila reddy & her brother

sharmila reddy & her brother

Advertisment

ବେରୋଜଗାରି ତଥା ଛାତ୍ରଙ୍କ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଥିବା ଆନ୍ଧ୍ରପ୍ରଦେଶ କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଲା ରେଡ୍ଡିଙ୍କୁ ଘାରିଛି ନିଜ ଭାଇଙ୍କ ଭୟ। ନିଜ ଭାଇ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଦ୍ୱାରା ଗୃହବନ୍ଦୀ ହେବା ଭୟରେ ସେ ପାର୍ଟି କାର୍ଯ୍ୟାଳୟରେ ରାତି କାଟିଛନ୍ତି।

Advertisment

ରାଜ୍ୟରେ ବେରୋଜଗାରି ସଂଖ୍ୟା ବଢ଼ି ଚାଲିଥିବା ବେଳେ ଛାତ୍ରଙ୍କ ସମସ୍ୟାର ସମାଧାନ ହେଉନି। ଏହା ପ୍ରତିବାଦରେ କଂଗ୍ରେସ ରାଜ୍ୟରେ ଜଗନମୋହନ ସରକାର ବିରୋଧରେ ବିକ୍ଷୋଭ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ଆନ୍ଧ୍ର କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଲା ରେଡ୍ଡି ଆଜି ‘ସଚିବାଳୟ ଚାଲ’ ଡାକରା ଦେଇଛନ୍ତି। ବିଜୟୱାଡାରୁ ଶହ ଶହ ସମର୍ଥକଙ୍କ ସହ ସେ ଏହି ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ମାତ୍ର ଏହି ପ୍ରଦର୍ଶନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୃହବନ୍ଦୀ ହେବାର ଆଶଙ୍କା ପ୍ରକଟ କରିଥିଲେ ଶର୍ମିଲା ରେଡ୍ଡି । ଏଥିରୁ ବର୍ତ୍ତିବା ପାଇଁ ସେ ଗତରାତି ନିଜ ଘର ପରିବର୍ତ୍ତେ ପାର୍ଟି କାର୍ଯ୍ୟାଳୟରେ କାଟିଛନ୍ତି। ଗତ ରାତିରେ ଶର୍ମିଲା ବିଜୟୱାଡାସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଯିବା ସହ ସେଠାରେ ପୂରା ରାତି ରହିଛନ୍ତି।

Advertisment

ରାଜ୍ୟର ବେରୋଜଗାରିଙ୍କ ସଂଖ୍ୟା ବଢ଼ି ଚାଲିଛି। ତେଣୁ ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବା ସହ ଛାତ୍ରଙ୍କ ସମସ୍ୟାର ସମାଧାନ ପ୍ରଥମେ କରିବାକୁ ସେ ଦାବି କରିଛନ୍ତି। ଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀ ଯୁବବର୍ଗ ତଥା ଛାତ୍ରଙ୍କ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶର୍ମିଲା ଲେଖିଛନ୍ତି, ଯଦି ଆମେ ବେରୋଜଗାରୀ ବିରୋଧରେ ପ୍ରଦର୍ଶନ କରୁଛୁ, ତା’ ହେଲେ ଆପଣ କ’ଣ ଆମକୁ ଘରେ ନଜରବନ୍ଦୀ ରଖିବେ। ଲୋକତନ୍ତ୍ରରେ କ’ଣ ଆମ ପାଖରେ ବିରୋଧ କରିବାର ଅଧିକାର ନାହିଁ। ଜଣେ ମହିଳା ହୋଇ ବି ଗୃହ ବନ୍ଦୀ ହେବାରୁ ବର୍ତ୍ତିବାକୁ ମୋତେ ପାର୍ଟି କାର୍ଯ୍ୟାଳୟରେ ରାତି କାଟିବାକୁ ପଡ଼ୁଛି, ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶର୍ମିଲା ରେଡ୍ଡି କହିଛନ୍ତି, ଆମେ କ’ଣ ଆତଙ୍କବାଦୀ ନା ଅସାମାଜିକ ପ୍ରାଣୀ ଯେ ଆମକୁ ଅଟକାଇବାକୁ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଏହା ଅର୍ଥ ସେମାନେ ଆମକୁ ଡରୁଛନ୍ତି। ସରକାର ଗଠନ କରିଥିବା ଦଳ ନିଜ ଅକ୍ଷମତା, ପ୍ରକୃତ ସତକୁ ଲୁଚାଇବାକୁ ଆମ ଉପରେ ଚାପ ପ୍ରୟୋଗ କରିବାକୁ ପଛାଉ ନାହାନ୍ତି। ସେମାନେ ଆମକୁ ରୋକିବାକୁ ଶତ ଚେଷ୍ଟା କଲେ ବି ବେରୋଜଗାରି ବିରୋଧରେ ଆମ ସଂଘର୍ଷ ଜାରି ରହିବ ବୋଲି ଆହ୍ୱାନ ଦେଇଛନ୍ତି ଶର୍ମିଲା।

Andhra Pradesh YS Sharmila
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe