Advertisment

ମଦ ଦୁର୍ନୀତି ମାମଲା: YSR କଂଗ୍ରେସ ସାଂସଦଙ୍କୁ ଘାଣ୍ଟିବ ଇଡି

କେସିଆର୍‌ଙ୍କ ଝିଅ କେ.କବିତାଙ୍କ ପରେ ଏବେ ୱାଇଏସ୍‌ଆର୍ କଂଗ୍ରେସ ସାଂସଦଙ୍କୁ ଘାଣ୍ଟିବ ଇଡି।

author-image
Madhupriya Mistry
YSR congress MP Magunta S Reddy

YSR congress MP Magunta S Reddy

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆକ୍ସନ ମୁଡ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ.କବିତାଙ୍କ ପରେ ଏବେ ୱାଇଏସ୍‌ଆର୍ କଂଗ୍ରେସ ସାଂସଦଙ୍କୁ ଘାଣ୍ଟିବ ଇଡି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀ ଆଜି ଇଡିରେ ହାଜର ହେବେ। ପୂର୍ବରୁ ଗିରଫ ହୋଇଥିବା ଅରୁଣ ରାମଚନ୍ଦ୍ର ପିଲ୍ଲାଙ୍କ ସାମ୍ନାରେ ବାସାଇ ତାଙ୍କୁ ଆଜି ଇଡି ପଚରାଉଚରା କରିବ। 

Advertisment

ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କୁ ଆଜି ତଦନ୍ତରେ ସାମିଲ ହେବା ପାଇଁ ନୋଟିସ କରିଥିଲା। ସେପଟେ ଏହି ଦୁର୍ନୀତି ମାମଲରେ ୱାଇଏସ୍‌ଆର୍ କଂଗ୍ରେସ ସାଂସଦଙ୍କ ପୁଅ ମଙ୍ଗୁଟା ରାଘବ ରେଡ୍ଡୀଙ୍କୁ ପୂର୍ବରୁ ହିଁ ଇଡି ଗିରଫ କରିସାରିଛି। ଷଡ଼ଯନ୍ତ୍ର କରି ପ୍ରାୟ ୧୦୦ କୋଟି ଟଙ୍କା ବିଜୟ ନାଏରଙ୍କ ଜରିଆରେ ଆପ୍‌କୁ ଦେଇଥିବା ନେଇ ରାଘବଙ୍କ ବିରୋଧରେ ଅଭିଯୋଗ ରହିଛି।  ଏହି ଷଡଯନ୍ତ୍ରରେ ଲୋକଙ୍କୁ ଯୋଡିବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଇଡି ସନ୍ଦେହ କରୁଛି।

ଇଡି ତା ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ରେ ଦାବି କରିଛି ଯେ, ବିଜୟ ନାଏର ଆପ୍ ନେତାଙ୍କ ତରଫରୁ ସାଉଥ ଗ୍ରୁପରୁ ୧୦୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀ, ରାଘବ ମଙ୍ଗୁଟା, ସରଥ ରେଡ୍ଡୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କେ.କବିତାର ଏହାର ମୁଖ୍ୟ ଅଛନ୍ତି। 

Advertisment

ଇଡି ଅନୁଯାୟୀ, ମାଙ୍ଗୁଟା ଏସ୍ ରେଡ୍ଡୀ ଦକ୍ଷିଣରେ ଥିବା ମଦ ଲବିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ତାଙ୍କ ଲୋକଙ୍କ ମାଧ୍ୟମରେ ସମୀର ମହେନ୍ଦ୍ରଙ୍କ ଇଣ୍ଡୋ ସ୍ପିରିଟରେ ପ୍ରାୟ ୩୨ ପ୍ରତିଶତ ଅଂଶଧନ ହାସଲ କରିଥିଲେ। ସେ ଦିଲ୍ଲୀରେ ୯ ଟି ମଦ ରିଟେଲର୍ ଜୋନ୍ ହାସଲ କରିଥିଲେ। ମଙ୍ଗୁଟା ନିଜ କମ୍ପାନୀଗୁଡିକର ନିର୍ଦ୍ଦେଶକ ରୂପେ ସେ ଆନ୍ୟ ଜଣଙ୍କୁ ପରିଚିତ କରାଇ ପଛରୁ ସେ ଏହାକୁ କଣ୍ଟ୍ରୋଲ କରୁଥିବା ଇଡି ଅଭିଯୋଗ କରିଛି।  

Delhi Liquor Scam YSR Congress