/odisha-reporter/media/media_files/2026/02/04/cm-2026-02-04-18-59-47.jpg)
ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ
ଦୀର୍ଘ ଗୋଟିଏ ବର୍ଷ ପରେ ମଣିପୁରକୁ ମିଳିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ନେତା ତଥା ମଣିପୁର ବିଧାନସଭାର ବିଧାୟକ ଦଳ ନେତା ଯୁମନାମ ଖେମଚାନ୍ଦ ସିଂହ ଆଜି ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ବୁଧବାର ରାଜ୍ୟପାଳ ଭଲ୍ଲା ତାଙ୍କୁ ଲୋକ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଇମ୍ଫାଲ ସ୍ଥିତ ଲୋକ ଭବନରେ ଆୟୋଜିତ ଶପଥ ପାଠ ଉତ୍ସବରେ ଏକାଧିକ ବିଜେପି ବିଧାୟକ, ଦଳର ବରିଷ୍ଠ ନେତା ଓ ମଣିପୁର ଏନଡିଏର ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ।
ଶପଥ ପାଠ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, “ମଣିପୁର ବିକଶିତ ଭାରତ ୨୦୪୭ରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ମଣିପୁରରେ ୩୬ଟି ସଂପ୍ରଦାୟ ରହିଛନ୍ତି। ଆମର ଆଶା ରାଜ୍ୟରେ ଆମେ ଗୋଟିଏ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବୁ।”
ଫେବୃଆରୀ ୩ରେ ମଣିପୁର ବିଧାନସଭାର ୪୫ ଜଣ ବିଧାୟକ ମିଳିତ ଭାବେ ଖେମଚାନ୍ଦ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ମତ ରଖିଥିଲେ। ଏହାପରେ ମୈତୈ ସଂପ୍ରଦାୟର ଖେମଚାନ୍ଦ ସିଂହ ଆଜି ସକାଳେ ରାଜ୍ୟପାଳ ଭଲ୍ଲାଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଥିଲେ। ସନ୍ଧ୍ୟାରେ ଖେମଚାନ୍ଦ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ପାୱାର ଶେୟାରିଂ ଡିଲ ଅନୁସାରେ ଖେମଚାନ୍ଦ ମୁଖ୍ୟମନ୍ତ୍ରୀ ଓ କୁକି ସଂପ୍ରଦାୟର ନେମଚା କିପଗେନ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ମଣିପୁରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ସେହିପରି ଗୋବିନ୍ଦାସ କୋନଥୁଜାମ ରାଜ୍ୟର ଗୃହ ମନ୍ତ୍ରୀ ହେବେ।
ଶପଥ ପାଠ ଉତ୍ସବ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବର୍ଷେ ହେଲା ମଣିପୁରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହାରୁ କରିଥିଲେ। ମଣିପୁର ୨୦୨୫ ଫେବ୍ରୁଆରି ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଅଧୀନରେ ଥିଲା।
ମୁଖ୍ୟମନ୍ତ୍ରୀ ପଦରୁ ଏନ୍ ବୀରେନ୍ ସିଂହ ଫେବୃଆରୀ ୯ରେ ଇସ୍ତଫା ଦେଇଥିଲେ। ଏହାର ୪ ଦିନ ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ସେ ମୈତୈ ଓ କୁକି ସମ୍ପ୍ରଦାୟ ମଧ୍ୟରେ ୨୦୨୩ ମେ’ରୁ ଚାଲିଥିବା ଦୀର୍ଘକାଳୀନ ଜାତିଗତ ହିଂସା ନିୟନ୍ତ୍ରଣରେ ବିଫଳତା ଯୋଗୁ ବ୍ୟାପକ ସମାଲୋଚନାର ଶିକାର ହୋଇଥିଲେ। ଏହି ହିଂସାରେ ଅନେକ ମୃତ୍ୟୁ, ବିସ୍ଥାପନ ଓ ସମ୍ପତ୍ତି ନଷ୍ଟ ହୋଇଥିଲା।
#WATCH | Imphal: BJP Manipur Legislature Party leader Yumnam Khemchand Singh takes oath as the Chief Minister of Manipur
— ANI (@ANI) February 4, 2026
Governor of Manipur Ajay Bhalla administers the oath at the Lok Bhavan. pic.twitter.com/Ri1Et4J0Oa
ରାଷ୍ଟ୍ରପତି ଶାସନ ହଟିବା ଓ ନୂଆ ଏନ୍ଡିଏ ସରକାର ଗଠନ ପରେ ମଣିପୁରରେ ପୁଣି ଶାନ୍ତି ପ୍ରତିଷ୍ଠା, ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ବିଶ୍ୱାସ ପୁନଃନିର୍ମାଣ ଓ ରାଜ୍ୟରେ ଶାସନ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ଉପରେ ସମସ୍ତେ ଫୋକସ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
