Advertisment

ୟୁସୁଫ ପଠାନ ଲଢ଼ିବେ ଲୋକସଭା ନିର୍ବାଚନ, ମିଳିଲା ଟିକେଟ୍

୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଛି ୟୁସୁଫ ପଠାନଙ୍କ ନାଁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Yusuf Pathan

Yusuf Pathan

ଲୋକସଭା ନିର୍ବାଚନ ଲଢ଼ିବେ କ୍ରିକେଟର ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟ ୟୁସୁଫ ପଠାନ। ତାଙ୍କୁ ପ୍ରାର୍ଥୀ କରିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC)। 

Advertisment

ମମତା ବାନାର୍ଜୀ ଆଜି ପଶ୍ଚିମବଙ୍ଗର ୪୨ଟି ଯାକ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରେ ରହିଛି ୟୁସୁଫ ପଠାନଙ୍କ ନାଁ। ଦଳ ତାଙ୍କୁ ବହରାମପୁର ଆସନରୁ ପ୍ରାର୍ଥୀ କରିଛି। 

ଆଜି ହିଁ ୟୁସୁଫ ପଠାନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଦଳରେ ଯୋଗ ଦେବାର କିଛି ସମୟ ପରେ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। 

Advertisment

ଏହି ଆସନରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବିପକ୍ଷରେ ଲଢ଼ିବେ ୟୁସୁଫ ପଠାନ। ଅଧିର ରଞ୍ଜନ ଚୌଧୁରୀ ବହରାମପୁର ଆସନରୁ ୧୯୯୯ ମସିହାରୁ ଜିତି ଆସୁଛନ୍ତି। 

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ କାହା ସହିତ ମେଣ୍ଟ କରିବ ନାହିଁ ବୋଲି ପୂର୍ବରୁ ମମତା ବାନାର୍ଜୀ ସ୍ପଷ୍ଟ କରିଥିଲେ। ଆଉ ଆଜି ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ନାହିଁ ନୁସରତ ଜାହାନ୍‌ଙ୍କ ନାଁ। ସେ ଗତ ଥର ବାସିରହାଟରୁ ପ୍ରାର୍ଥୀ ହୋଇ ଲୋକସଭାକୁ ଯାଇଥିଲେ। 

ସୂଚନାଯୋଗ୍ୟ, ୟୁସୁଫ ପଠାନ ଭାରତ ପାଇଁ ୫୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୨ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ଆଇପିଏଲ୍‌ରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ମଧ୍ୟ ଖେଳିଥିଲେ। 

TMC Loka Sabha Election 2024 Yusuf Pathan