Advertisment

ସ୍ତନ କର୍କଟ ସଂପର୍କିତ ସଚେତନତା ବାର୍ତ୍ତାରେ ଏମିତି ଲେଖିଦେଲା ଯୁବରାଜଙ୍କ ଏନ୍‌ଜିଓ, ସମସ୍ତେ କରୁଛନ୍ତି ନିନ୍ଦା

ବିବାଦ ବଢ଼ିବା ପରେ YouWeCan ପକ୍ଷରୁ ଏହାର ସୋଶାଲ ମିଡିଆ ହ୍ୟାଣ୍ଡେଲରରେ ଥିବା ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି। ତେବେ ସଂସ୍ଥା ପକ୍ଷରୁ ଦାବି କରାଯାଇଛି ଯେ ଏହି ବିଜ୍ଞାପନରେ କିଛି ବି ଭୁଲ୍ ନାହିଁ।

Breast Cancer Ad

Breast Cancer Ad

Advertisment

ସ୍ତନ କର୍କଟ (ବ୍ରେଷ୍ଟ କ୍ୟାନସର) ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଯାଇ ନିନ୍ଦିତ ହୋଇଛି କ୍ରିକେଟର ଯୁବରାଜ ସିଂହଙ୍କ ଏନ୍‌ଜିଓ YouWeCan। ଲୋକଙ୍କୁ ସ୍ତନ କର୍କଟ ସଂପର୍କରେ ସଚେତନ କରିବାକୁ ସଂସ୍ଥା ପକ୍ଷରୁ ଯେଉଁ ବିଜ୍ଞାପନଟି ପ୍ରସ୍ତୁତ କରାଯାଇଛି, ତାହାକୁ କେହି ପସନ୍ଦ କରୁ ନାହାନ୍ତି। କେହି କେହି ଏହାକୁ ଅଶ୍ଲୀଳ କହିଥିବା ବେଳେ ଆଉ କେହି ଏହା ଦ୍ୱାରା ନାରୀର ସମ୍ମାନ ହାନି ହୋଇଛି ବୋଲି କହିଛନ୍ତି।

Advertisment

YouWeCan ପକ୍ଷରୁ ଦିଲ୍ଲୀ ମେଟ୍ରୋର ଏକ କୋଚ୍‌ରେ ଏହି ବିଜ୍ଞାପନକୁ ଲଗାଯାଇଥିଲା। ଜଣେ ଯାତ୍ରୀ ଏହାର ଫଟୋ ଉଠାଇ ସୋଶାଲ ମିଡିଆ ‘ଏକ୍ସ’ ପୋଷ୍ଟ କରିଥିଲେ। ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଦ୍ୱାରା ପ୍ରସ୍ତୁତ ଏହି ବିଜ୍ଞାପନରେ ଜଣେ ଯୁବତୀ ଦୁଇଟି କମଳା ଧରି ଏକ ବସ୍‌ରେ ଛିଡ଼ା ହୋଇଛନ୍ତି। ସେହି ବସ୍‌ରେ କିଛି ବୟସ୍କ ମହିଳା ଓ ବୃଦ୍ଧା ମଧ୍ୟ ଅଛନ୍ତି। ସେହିପରି ଏକ ଝୁଡ଼ି ଭର୍ତ୍ତି କମଳା ମଧ୍ୟ ରହିଛି। ଏହି ଫଟୋ ତଳେ ଇଂରାଜୀରେ ଲେଖା ଯାଇଛି- Check Your Oranges Once a month। ଏହାର ଅର୍ଥ ମାସରେ ଥରେ ଆପଣଙ୍କ କମଳାଗୁଡ଼ିକୁ ଯାଞ୍ଚ କରି ନିଅନ୍ତୁ। ଏହା ପରେ ଇଂରାଜୀରେ ଯାହା ଲେଖାଯାଇଛି, ତା’ର ଓଡ଼ିଆ ଅନୁବାଦ ହେଉଛି- ଶୀଘ୍ର ଚିହ୍ନଟ ହେଲେ ଜୀବନ ବଞ୍ଚିଯାଏ। ଏହା ପରେ ହ୍ୟାସଟ୍ୟାଗ ସହିତ ସ୍ତନକର୍କଟ ସଚେତନତା ବାର୍ତ୍ତା ବୋଲି ଲେଖାଯାଇଛି।

ଏହି ବିଜ୍ଞାପନରେ Check Your Oranges ବା ଆପଣଙ୍କ କମଳାଗୁଡ଼ିକୁ ଯାଞ୍ଚ କରି ନିଅନ୍ତୁ ବୋଲି ଲେଖାଯିବା କଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯେଉଁ ବ୍ୟକ୍ତି ଏହି ବିଜ୍ଞାପନର ଫଟୋକୁ ଉଠାଇ ଏକ୍ସରେ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି- ଆମେ ଯଦି ସ୍ତନକୁ ‘ସ୍ତନ’ ବୋଲି କହିବାକୁ ଲାଜ କରୁଛନ୍ତି, ତା’ହେଲେ ସ୍ତନ କର୍କଟ ସଂପର୍କରେ କିଭଳି ଭାବେ ଲୋକଙ୍କୁ ସଚେତନ କରିପାରିବା? ଏହା କି କଥା? ଲେଖାଯାଇଛି- ଚେକ୍ ଇଓର ଅରେଞ୍ଜେସ୍। କିଏ ଏହି ଅଭିଯାନ କରୁଛି? କିଏ ସେମାନଙ୍କୁ ଅନୁମତି ଦେଉଛନ୍ତି? ଆମେ ଏଭଳି ଲୋକଙ୍କ ଦ୍ୱାରା ଶାସିତ ହେଉଛନ୍ତି, ଯେଉଁମାନେ ଏହି ପୋଷ୍ଟରଟିକୁ ସର୍ବସାଧାରଣରେ ଲଗାଇବାକୁ ଅନୁମତି ଦେଇଦେଲେ। ଏହା ଲଜ୍ଜାଜନକ।

Advertisment

YouWeCan ସଂସ୍ଥାଟି ଯୁବରାଜ ସିଂହଙ୍କର ବୋଲି ଜାଣିବା ପରେ ସେହି ବ୍ୟକ୍ତି ଏକ୍ସରେ ଆଉ ଏକ ପୋଷ୍ଟ କରି ଯୁବରାଜ ସିଂହଙ୍କୁ ଟ୍ୟାଗ କରିଛନ୍ତି ଓ ସମ୍ମାନହାନି କରୁଥିବା ଏହି ବିଜ୍ଞାପନଟିକୁ ପ୍ରତ୍ୟାହାର କରି ନେବା ପାଇଁ ଦାବି କରିଛନ୍ତି।

ଏଭଳି ଏକ ସଚେତନତା ବାର୍ତ୍ତା ପାଇଁ ସୋଶାଲ ମିଡିଆ ୟୁଜର୍ସ ଯୁବରାଜ ସିଂହଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛେଇ ନାହାନ୍ତି। ଜଣେ ସୋଶାଲ ମିଡିଆ ୟୁଜର ଲେଖିଛନ୍ତି, ଏମିତି କ’ଣ ସଚେତନ କରାଯାଏ? ଏହା ଦ୍ୱାରା ମହିଳାମାନେ ଅଶ୍ୱସ୍ତି ଅନୁଭବ କରିବେ। ସେମାନଙ୍କୁ ଲାଜ ଲାଗିବ।  

ସୋଶାଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ହେବା ପରେ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ଏକ ବିବୃତ୍ତି ଜାରି କହିଥିଲା ଯେ କେବଳ ଗୋଟିଏ ଟ୍ରେନ୍‌ରେ ଏହି ବିଜ୍ଞାପନ ଲାଗିଥିଲା। ତାହାକୁ ଅକ୍ଟୋବର ୨୩ ତାରିଖରେ ହଟାଇ ଦିଆଯାଇଛି।

ସେହିପରି ବିବାଦ ବଢ଼ିବା ପରେ YouWeCan ପକ୍ଷରୁ ଏହାର ସୋଶାଲ ମିଡିଆ ହ୍ୟାଣ୍ଡେଲରରେ ଥିବା ଏହି ବିଜ୍ଞାପନକୁ ହଟାଇ ଦିଆଯାଇଛି। ତେବେ ସଂସ୍ଥା ପକ୍ଷରୁ ଦାବି କରାଯାଇଛି ଯେ ଏହି ବିଜ୍ଞାପନରେ କିଛି ବି ଭୁଲ୍ ନାହିଁ। Check Your Oranges ଏକ ସାହାସିକ ସୃଜନାତ୍ମକ ପସନ୍ଦ। ଖୁବ୍ ଭାବିଚିନ୍ତି ଏହାକୁ ଲେଖାଯାଇଥିଲା। ସ୍ତନ କର୍କଟକୁ ନେଇ ନୀରବତା ଅବଲମ୍ବନ କରାଯାଉଥିବା ବେଳେ ଏହାକୁ ଭାଙ୍ଗିବାକୁ ଏହି ବିଜ୍ଞାପନକୁ ବ୍ୟବହାର କରାଯାଇଥିଲା। ଏହି ଅଭିଯାନ ବହୁତ ସଫଳ ହୋଇଛି। ଲୋକମାନେ ଏହା ସହିତ ଯୋଡ଼ି ହୋଇଛନ୍ତି।

Yuvraj Singh Breast Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe