Advertisment

ଘନ କୁହୁଡ଼ି କଲା କଲବଲ, ବିମାନ ଚଳାଚଳ ବାଧାପ୍ରାପ୍ତ

ଧୀରେ ଧୀରେ କୁହୁଡ଼ି କମିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି।

zero-visibility-flights-affected

zero-visibility-flights-affected

Advertisment

ସମଗ୍ର ଉତ୍ତର ଭାରତରେ ଜାରି ରହିଛି ହାଡଭଙ୍ଗା ଶୀତ। ଏବେ ଏହି ଶୀତ ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ କରିଛି କଲବଲ। କୁହୁଡିର ମୋଟା ଚାଦର ଚାରିଆଡେ ଢ଼ାଙ୍କି ରହିଛି। ଫଳରେ ଦୂରକୁ ଦେଖିବା ଅସମ୍ଭବ ହୋଇପଡିଛି। ଜିରୋ ଭିଜିବିଲିଟି ଯୋଗୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

Advertisment

ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ ଡି) ପକ୍ଷରୁ ସକାଳୁ ଘନ କୁହୁଡ଼ି ରହୁଥିବାରୁ ରନୱେ ଭିଜୁଆଲ୍ ରେଞ୍ଜ (ଆର୍ଭିଆର୍) ଉଦବେଗଜନକ ଭାବେ ନିମ୍ନସ୍ତରକୁ ଖସି ଆସିଛି, ଯାହା ସୁରକ୍ଷିତ ଉଡ଼ାଣ ଓ ଅବତରଣରେ ବାଧା ସୃଷ୍ଟି କରିଛି।

ସୀମିତ ଦୃଶ୍ୟମାନତା ବିମାନବନ୍ଦରକୁ ସିଏଟି ୩ବି ଅପରେସନ କାର୍ଯ୍ୟକାରୀ କରିବାକୁ ବାଧ୍ୟ କରିଥିଲା। ବିମାନର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବିମାନ ଉଡାଣ ଏବଂ ଅବତରଣରେ ଆବଶ୍ୟକ ନିୟମ ପାଳନ କରାଯାଇଥିଲା । ତେବେ ଦିନ ବଢ଼ିବା ସହିତ କୁହୁଡ଼ି ଧୀରେ ଧୀରେ ଦୂର ହେବା ସହ ସକାଳ ୯ଟା ୪୫ ବେଳକୁ ରନୱେ ଭିଜିବିଲିଟି ୫୦୦ ମିଟରରୁ ଅଧିକ ହୋଇଯାଇଥିଲା, ଫଳରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment

ପ୍ରତିକୂଳ ପାଗ ଯୋଗୁଁ ସକାଳୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ସ୍ପାଇସ୍ ଜେଟ୍ ଏକ ବିବୃତି ଜାରି କରି ଯାତ୍ରୀମାନଙ୍କୁ କୁହୁଡ଼ି ଯୋଗୁଁ ଚାଲିଥିବା ବାଧା ମଧ୍ୟରେ ସେମାନଙ୍କ ବିମାନ ସ୍ଥିତି ସମ୍ପର୍କରେ ଅବଗତ ରହିବାକୁ ପରାମର୍ଶ ଦେଇଛି। ତେବେ ଧୀରେ ଧୀରେ କୁହୁଡ଼ି କମିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହେବା ଫଳରେ ଯାତ୍ରୀ ଓ ଏୟାରଲାଇନ୍ସଗୁଡ଼ିକୁ ଆଶ୍ୱସ୍ତି ମିଳିଛି।

ତେବେ ଶୀତ ଋତୁରେ ଘନ କୁହୁଡ଼ିର ସମ୍ମୁଖୀନ ହେଉଥିବା ଦିଲ୍ଲୀବାସୀ ଅଭ୍ୟସ୍ତ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ସକାଳର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ଏବଂ ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ସହିତ ଘନ କୁହୁଡ଼ି ହେବ ଏବଂ ବର୍ଷା ହେବାର ସମ୍ଭାବନା କମ୍ ରହିଛି। ସଫର ଆପର ରିଅଲ ଟାଇମ୍ ତଥ୍ୟ ଅନୁଯାୟୀ ସୋମବାର ଦିଲ୍ଲୀର ବାୟୁଗୁଣବତ୍ତା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ରହିଥିଲା ଏବଂ ଏକ୍ୟୁଆଇ ୩୯୫ରେ ପହଞ୍ଚିଛି।

Daense Fog Delhi AirPort Zero Visibility
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe