୩୩ ବର୍ଷ ପରେ MNFର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଜୋରାମଥଙ୍ଗା

ଜୋରାମଥଙ୍ଗା ୧୯୯୦ରେ MNFର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ସେ ଲାଲଡେଙ୍ଗାଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଥିଲେ।

Zoramthanga

ଜୋରାମଥଙ୍ଗା

Jitendra Garnayak
  • Published: Tuesday, 05 December 2023
  • Updated: 05 December 2023, 07:44 PM IST

Sports

Latest News

ମିଜୋରାମ ବିଧାନସଭା ନିର୍ବାଚନରେ ସରକାରରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF) ପରାସ୍ତ ହେବା ପରେ ଏହାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା। ସବୁଠୁ ବଡ଼ କଥା ହେଉଛି, ୩୩ ବର୍ଷ ପରେ ସେ ଏମ୍‌ଏନ୍‌ଏଫ୍‌ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

୭୯ ବର୍ଷୀୟ ଜୋରାମଥଙ୍ଗା ଦଳର ବରିଷ୍ଠ ଉପାଧ୍ୟକ୍ଷ ତାୱନଲୁଇଆଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଲେଖିଛନ୍ତି, ଏମ୍‌ଏନ୍‌ଏଫ୍ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ। ଏଥିପାଇଁ ଦଳର ଅଧ୍ୟକ୍ଷ ଭାବେ ମୁଁ ନୈତିକ ଦାୟିତ୍ୱ ନେଉଛି ଓ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛି।

ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେବା ପାଇଁ ସେ ଦଳର ବରିଷ୍ଠ ଉପାଧ୍ୟକ୍ଷ ତାୱନଲୁଇଆଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଏନେଇ ଆସନ୍ତାକାଲି ଦଳର ଏକ ବୈଠକ ବସିବ। ଜୋରାମଥଙ୍ଗାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯିବ ନା ନାହିଁ, ସେ ନିଷ୍ପତ୍ତି ସେହି ବୈଠକରେ ହେବ।

Also Read

ଜୋରାମଥଙ୍ଗା ୧୯୯୦ରେ MNFର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ସେ ଲାଲଡେଙ୍ଗାଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ଜୋରାମଥଙ୍ଗା ତିନି ଥର ମିଜୋରାମର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୮ରୁ ୨୦୦୩, ୨୦୦୩ରୁ ୨୦୦୮ ଓ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। 

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମାତ୍ର ୫ ବର୍ଷ ତଳେ ରାଜନୀତିକ ଦଳ ଭାବେ ପଞ୍ଜିକୃତ ହୋଇଥିବା ଜୋରାମ ପିପୁଲ୍‌ସ ମୁଭ୍‌ମେଣ୍ଟ (ZPM) ଏଥର ବାଜି ମାରି ନେଇଛି। ୪୦ଟି ବିଧାନସଭା ଆସନରୁ ୨୭ଟିରେ ଦଳ ବିଜୟୀ ହୋଇଛି। ଅନ୍ୟପକ୍ଷରେ ୨୦୧୮ ନିର୍ବାଚନରେ ୨୬ଟି ଆସନ ପାଇଥିବା MNF ୧୦ଟି ଆସନ ପାଇଛି।

ଜୋରାମଥଙ୍ଗା ନିଜେ ନିର୍ବାଚନ ହାରି ଯାଇଛନ୍ତି। ଆଇଜଲ ଇଷ୍ଟ-୧ ଆସନରୁ ପ୍ରାର୍ଥୀ ହୋଇଥିବା ଜୋରାମଥଙ୍ଗା ZPMର ଉପାଧ୍ୟକ୍ଷ ଲାଲଥାନସାଙ୍ଗାଙ୍କ ଠାରୁ ୨୧୦୧ ଭୋଟରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story