Assam Chief Minister
ଅଳ୍ପ ବୟସର ଯୁବତୀଙ୍କ ବିବାହ କରୁଥିବା ଯୁବକଙ୍କୁ ଗିରଫ କରାଯିବ। ଯେଉଁମାନେ ୧୮ବର୍ଷରୁ କମ ବୟସର ଝିଅମାନଙ୍କୁ ବିବାହ କରିବେ ସେମାନଙ୍କୁ ଗିରଫ କରାଯିବ। ଏଭଳି ଅପରାଧ କରୁଥିବା ଲୋକ ଆଜୀବନ କାରାଦଣ୍ଡର ସମ୍ମୁଖୀନ ହୋଇପାରନ୍ତି। ଆଜି ଏହା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେହିପରି ମହିଳାମାନଙ୍କୁ ପରାମର୍ଶ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ମହିଳାମାନେ ୨୦ରୁ ୩୦ ବର୍ଷ ଭିତରେ ମା’ ହେଲେ ଭଲ। ସଠିକ ସମୟରେ ବିବାହ ଓ ମା’ ହେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ।
ସେ ଆଜି କହିଛନ୍ତି ଯେ ମହିଳାମାନେ ଉପଯୁକ୍ତ ବୟସରେ ବିବାହ ଓ ମା’ ହେବା ଉଚିତ। ଏଭଳି ନହେଲେ ଗର୍ଭବତୀ ହେବାରେ ଜଟିଳତା ଦେଖାଯାଇଥାଏ। ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶର୍ମା ବାଲ୍ୟ ବିବାହକୁ ବନ୍ଦ କରାଯିବା ଉଚିତ୍ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୫-୬ ମାସ ମଧ୍ୟରେ ହଜାର ହଜାର ସ୍ୱାମୀଙ୍କୁ ଗିରଫ କରାଯିବ। କାରଣ ୧୪ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ବିବାହ କରି ତାଙ୍କ ସହିତ ଯୌନ ସମ୍ପର୍କ ରଖିବା ଅପରାଧ। ଜଣେ ମହିଳାଙ୍କ ବିବାହ ପାଇଁ ଆଇନଗତ ବୟସ ହେଉଛି ୧୮ବର୍ଷ। ଯେଉଁମାନେ ୧୮ବର୍ଷରୁ କମ ବୟସର ଝିଅମାନଙ୍କୁ ବିବାହ କରିବେ ସେମାନଙ୍କୁ ଗିରଫ କରାଯିବ। ଏଭଳି ଅପରାଧ କରୁଥିବା ଲୋକ ଆଜୀବନ କାରାଦଣ୍ଡର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ କହିଛନ୍ତି।
ମାତୃତ୍ୱକୁ ନେଇ ଶ୍ରୀ ଶର୍ମା କହିଛନ୍ତି, ମହିଳାମାନେ ମା’ ହେବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ। କାରଣ ବୟସ ବଢ଼ିଲେ ଜଟିଳତା ବଢ଼ିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674907625.jpg)