wheet
ଆଫଗାନିସ୍ତାନରେ ଖାଦ୍ୟ ଶଷ୍ୟର ଘୋର ଅଭାବ ଦେଖାଦେଇଛି। ଫଳରେ ସେଠାରେ ଲୋକେ ଖାଦ୍ୟ ପାଇଁ ବିକଳ ହେଉଥିବା ବେଳେ ସହାୟତା ପାଇଁ ଅଣ୍ଟା ଭିଡ଼ିଛି ଭାରତ। ମାନବିକତା ଦେଖାଇ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ନିୟମିତ ଖାଦ୍ୟ ଶଷ୍ୟ ପଠାଯାଉଛି । ଭାରତ ଇରାନର ଚବାହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦ ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ। ବର୍ତ୍ତମାନର ମାନବିକ ପରିସ୍ଥିତିର ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗତକାଲି ନୂଆଦିଲ୍ଲୀରେ ଆଫଗାନିସ୍ତାନ ଉପରେ ଭାରତ ଦ୍ୱାରା ଆୟୋଜିତ ପ୍ରଥମ ଭାରତ-ମଧ୍ୟ ଏସିଆ ମିଳିତ ୱାର୍କିଂ ଗ୍ରୁପ୍ ବୈଠକରେ ଆଫଗାନିସ୍ତାନରେ ବର୍ତ୍ତମାନର ରାଜନୈତିକ, ସୁରକ୍ଷା ଏବଂ ମାନବିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା।
ବୈଠକରେ ଆଫଗାନିସ୍ତାନରେ ଶିକ୍ଷା, ମହିଳା, ବାଳିକା ଏବଂ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଛି। ଏହା ବ୍ୟତୀତ ସେଠାରେ ନିଶାଦ୍ରବ୍ୟ କାରବାରକୁ ରୋକିବା ସହ ଥଇଥାନ ନିମନ୍ତେ ଭାରତ ଓ ଜାତିସଂଘ କାର୍ଯ୍ୟାଳୟ ସହମତି ପ୍ରକାଶ କରିଛନ୍ତି। ବିଶେଜ୍ଞ ଭାବେ ମହିଳାମାନଙ୍କୁ ବିଶେଷ ଧ୍ୟାନ ଦିଆଯିବ ଏବଂ ବିକଳ୍ପ ଜୀବିକା ସୁଯୋଗ ବିକାଶରେ ସହାୟତା ଯୋଗାଇ ଦିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।
ଏହି ବୈଠକରେ କାଜାଖସ୍ତାନ୍, କିର୍ଗିଜ୍ ରିପବ୍ଲିକ୍, ତାଜିକିସ୍ତାନ୍, ତୁର୍କମେନିସ୍ତାନ୍ ଓ ଉଜ୍ବେକିସ୍ତାନର ସ୍ବତନ୍ତ୍ର ଦୂତ ଅଥବା ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାଛଡ଼ା, ‘ୟୁଏନ୍ ଅଫିସ୍ ଅନ୍ ଡ୍ରଗ୍ସ୍ ଆଣ୍ଡ୍ କ୍ରାଇମ୍ସ୍’ର (ୟୁଏନ୍ଓଡିସି) ରାଷ୍ଟ୍ର ପ୍ରତିନିଧି ଏବଂ ‘ୟୁଏନ୍ ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ (ୟୁଏନ୍ଡବ୍ଲୁଏଫ୍ପି) ମଧ୍ୟ ଉପରୋକ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/wheet_1678286994.jpg)