Advertisment

ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା: ୭ ସ୍କୁଲ ପିଲା ମୃତ

ଛତିଶଗଡର କାଙ୍କେର ଜିଲ୍ଲାର କୋରେର ଚିଲହାଟୀ ଛକରେ ଟ୍ରକ ସହ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

accident

accident

Advertisment

ଗୁରୁବାର ମଧ୍ୟାହ୍ନରେ ଛତିଶଗଡର କାଙ୍କେର ଜିଲ୍ଲାର କୋରେର ଚିଲହାଟୀ ଛକରେ ଟ୍ରକ ସହ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନରେ କାଙ୍କେର ଜିଲ୍ଲା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୦କିମି ଦୂରରେ ଦୂରରେ ଏହି ଘଟଣା ଘଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଅଟୋ ୮ ଜଣ ପିଲାଙ୍କୁ ଧରି ଫେରୁଥିଲା ବେଳେ କୋରେର ନିକଟରେ ଟ୍ରକ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋଟି ସଂପୂର୍ଣ୍ଣ ଭାଙ୍ଗି ଚୋରମାର ହୋଇଯାଇଛି। ରାସ୍ତାରେ ଛିନ୍ନଛତ୍ର ହୋଇ ଅଟୋଟି ପଡ଼ିଛି। ଅଟୋରେ ଯାତ୍ରା କରୁଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Advertisment

ପୁଲିସ ପହଞ୍ଚି ତିନି ପିଲା ଏବଂ ଅଟୋ ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବାବେଳେ ଡାକ୍ତରଖାନାରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। ଜଣେ ଶିଶୁ ଏବଂ ଅଟୋ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ସମ୍ପୃକ୍ତ ଡ୍ରାଇଭରକୁ ଖୋଜୁଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।

ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଭିଲାଇ ନାଇର ସମାଜାମ ବିଦ୍ୟାଳୟରେ ପଢ଼ୁଥିବା ଆଠ ଜଣ ସ୍କୁଲ ପିଲା ଏକ ଅଟୋରେ ଘରକୁ ଯାଉଥିଲେ। କିନ୍ତୁ ବାଟରେ ଦୁର୍ଘଟଣା ଘଟିଥିଲା।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe