Advertisment

ଭାରତରେ ଟେଲିଗ୍ରାମ ବ୍ୟାନ୍‌ ଆବେଦନ ଖାରଜ୍‌

ଏକ ଜନସ୍ୱାର୍ଥ୍ୟ ସମ୍ବଳିତ ମାମଲାରା ବିଚାର କରି କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଏହି ରାୟ ଶୁଣାଇଛନ୍ତି।

Court

Court

Advertisment

ଭାରତରେ ତତକ୍ଷଣାତ୍ ମେସେଜିଂ ସେବା ବା ସୋଶାଲ ମିଡିଆ ଟେଲିଗ୍ରାମକୁ ବ୍ୟାନ୍‌ କରିବା ପାଇଁ ହୋଇଥିବା ଆବେଦନକୁ ବୁଧବାର କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏକ ଜନସ୍ୱାର୍ଥ୍ୟ ସମ୍ବଳିତ ମାମଲାରା ବିଚାର କରି କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମନିକୁମାର ଏବଂ ଜଷ୍ଟିସ୍ ମୁରଲୀ ପୁରୋଶୋଥମାନ ଡିଭିଜନ୍ ବେଞ୍ଚ ଏହାକୁ ଖାରଜ କରିବା ସହ ଆବେଦନକାରୀ କେନ୍ଦ୍ରସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍) ଅଧୀନରେ ମେସେଜିଂ ସର୍ଭିସର ଅଭିଯୋଗ ଅଧିକାରୀଙ୍କ ନିକଟକୁ ଯାଇପାରିବେ ବୋଲି କହିଛନ୍ତି।

Advertisment

ଜଣେ ମହିଳାଙ୍କ ପକ୍ଷରୁ ଏହି ପିଆଇଏଲ ଫାଇଲ ହୋଇଥିଲା। ସେଥିରେ ମହିଳା ଜଣକ ଟେଲିଗ୍ରାମରେ ଅଶ୍ଲୀଳ ତଥା ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ କରାଯାଉଥିବା ଅଭିଯୋଗ ଆଣିଥିଲେ। ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଟେଲିଗ୍ରାମ ମଧ୍ୟ ବ୍ୟବହୃତ ହେଉଥିବା ଏବଂ ସମାଜରେ ଘୃଣା ଓ ଅସହିଷ୍ଣୁତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ଟେଲିଗ୍ରାମର ଭାରତରେ କୌଣସି ନୋଡାଲ ଅଫିସର କିମ୍ବା ପଞ୍ଜୀକୃତ କାର୍ଯ୍ୟାଳୟ ନାହିଁ । ଅନୁସନ୍ଧାନକାରୀ ସଂସ୍ଥା ସଠିକ୍ ଅନୁସନ୍ଧାନ ନିଶ୍ଚିତ କରିବାରେ ଅସମର୍ଥ ଥିବାରୁ ଉପଭୋକ୍ତାମାନେ ଅଜଥା ହଇରାଣ ହେଉଥିବା ଦର୍ଶାଯାଇଥିଲା।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସାଇବର ଅପରାଧ ରିପୋର୍ଟ କରିବା ପାଇଁ ଆବେଦନକାରୀ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲର ବ୍ୟବହାର କରିପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe