Advertisment

ମନ୍ଦିର ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ମାମଲା, ଅଭିଯୁକ୍ତକୁ ଫାଶି, ଆଜୀବନ କାରାଦଣ୍ଡ

ଗତ ବର୍ଷ ଏପ୍ରିଲ ମାସରେ ଉତ୍ତରପ୍ରଦେଶର ଗୋରଖପୁରର ଗୋରଖନାଥ ମନ୍ଦିରରେ ସୁରକ୍ଷା କର୍ମୀ ତଥା ଜଣେ କନଷ୍ଟେବଳଙ୍କୁ ମୁର୍ତାଜା ଆକ୍ରମଣ କରିଥିଲେ ।

author-image
Tapas Behera
Murtaza Abbasi

Murtaza Abbasi

ୟୁପିର ଗୋରଖନାଥ ମନ୍ଦିରରେ ମୁତୟନ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ଘଟଣାରେ  ଜଣେ ଅଭିଯୁକ୍ତ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏର ସ୍ୱତନ୍ତ୍ର କୋର୍ଟ ସମ୍ପୃକ୍ତ ଦୋଷୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଫାଶିଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହେଉଛନ୍ତି ଅହମ୍ମଦ ମୁର୍ତାଜା ଅବାସୀ। ଉତ୍ତରପ୍ରଦେଶର ଆଇନଶୃଙ୍ଖଳା ଏଡିଜି ପ୍ରଶନ୍ନ କୁମାର କହିଛନ୍ତି ଯେ, ଭାରତୀୟ ପିଙ୍ଗଳ କୋଡ ୧୨୧ ଅନୁଯାୟୀ  ଅଭିଯୁକ୍ତଙ୍କୁ  ଫାଶି ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ପୁଲିସ କର୍ମୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଧାରା ୩୦୭ ଦଫା ଅନୁଯାୟୀ, ଅହମ୍ମଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisment

ଗତ ବର୍ଷ ଏପ୍ରିଲ ମାସରେ ଉତ୍ତରପ୍ରଦେଶର ଗୋରଖପୁରର ଗୋରଖନାଥ ମନ୍ଦିରରେ ସୁରକ୍ଷା କର୍ମୀ ତଥା ଜଣେ କନଷ୍ଟେବଳଙ୍କୁ ମୁର୍ତାଜା ଆକ୍ରମଣ କରିଥିଲେ । ଅହମ୍ମଦ ମୁର୍ତାଜା ହେଉଛନ୍ତି ପେଶାରେ ଜଣେ କ୍ୟାମିକାଲ ଇଞ୍ଜିନିୟର। ଘଟଣାପରେ ମୁର୍ତାଜାଙ୍କୁ ଗିରଫ କରଥିଲା ପୁଲିସ। ଜେରା ବେଳେ ମୁର୍ତାଜା ଆରତଙ୍କବାଦୀ ସଙ୍ଗଠନ ଆଏଏସ ସହ ଜଡ଼ିତ ଥିବା ଜଣାପଡ଼ିଥିଲା। ୟୁପିର ଆଇନଶୃଙ୍ଖଳା ବିଭାଗର ଅତିରିକ୍ତ ପୁଲିସ ନିର୍ଦ୍ଦେଶକ କହିଛନ୍ତି ଯେ, ମୁର୍ତାଜା ଆତଙ୍କବାଦୀ ସଙ୍ଗଠନ ଆଇଏସ ପାଇଁ ଲଢ଼ିବା ଲାଗି ଶପଥ ନେଥିଲେ। ସେ ମଧ୍ୟ ଉକ୍ତ ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଯୋଗାଉଥିଲେ।

ମୁର୍ତାଜାଙ୍କ ଘର ଗୋରଖପୁର ସଭିଲି ଲାଇନ୍‌ ଏରିଆରେ। ମୁର୍ତାଜା ୨୦୧୫ରେ କ୍ୟାମିକାଲ ଇଞ୍ଜିନିୟରିଂରେ ୨୦୧୫ରେ ମୁମ୍ବାଇ ଆଇଆଇଟିରେ ପାସ୍‌ କରିଥିଲେ। ଏହା ପରେ ସେ ଦୁଇଟି ବଡ଼ କମ୍ପାନୀରେ କାମ କରିଥିଲେ। ମୁର୍ତାଜାଙ୍କ ପରିବାର ଲୋକେ କହିଛନ୍ତି ଯେ, ସେ ୨୦୧୭ରୁ ମାନସିକ ଅସନ୍ତୁଳନ ଦେଇ ଗତି କରୁଥିଲେ ସେ । ଏଥିପାଇଁ ସେ ବହୁ ଡାକ୍ତରଙ୍କଠାରୁ ମଧ୍ୟ ଚିକିତ୍ସିତ ହୋଇଥିଲେ। କିଛି ପାରିବାରିକ ସମସ୍ୟା ତାଙ୍କ ସ୍ତ୍ରୀଙ୍କ ସହ ମଧ୍ୟ ଉପୁଜିଥିଲା। ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିବା ପରିବାର ଲୋକେ କହିଛନ୍ତି। 

Advertisment
Terrorist