Advertisment

ନେତାଜୀ ଜୟନ୍ତୀରୁ ବିଜେଡିର ‘ଜୀବନବିନ୍ଦୁ’, ଖୋଲିବ ହେଲ୍‌ପ ଡେସ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନେତାଜୀ ଜୟନ୍ତୀରୁ ବିଜେଡିର ଜୀବନବିନ୍ଦୁ ରକ୍ତଦାନ ସଂଗ୍ରହର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏହା ଏପ୍ରିଲ ୧୭ତାରିଖ ବିଜୁବାବୁ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ ଚାଲିବ। ଦଳ ପକ୍ଷରୁ ଏହି ଅବଧିରେ ୩୩ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ରାଜ୍ୟର ପ୍ରମୁଖ ହସ୍ପିଟାଲଠାରେ ଆସନ୍ତାକାଲିଠୁ ହେଲପ୍ ଡେସ୍କ ସ୍ଥାପନ ଖୋଲିବାକୁ ମଧ୍ୟ ‘ଓଡ଼ିଶା -ମୋ ପରିବାର’ ନିଷ୍ପତ୍ତି ହୋଇଛି। ବର୍ଷକ ମଧ୍ୟରେ ୧ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ […]

ନେତାଜୀ ଜୟନ୍ତୀରୁ ବିଜେଡିର ‘ଜୀବନବିନ୍ଦୁ’, ଖୋଲିବ ହେଲ୍‌ପ ଡେସ୍କ

netaji

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନେତାଜୀ ଜୟନ୍ତୀରୁ ବିଜେଡିର ଜୀବନବିନ୍ଦୁ ରକ୍ତଦାନ ସଂଗ୍ରହର ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏହା ଏପ୍ରିଲ ୧୭ତାରିଖ ବିଜୁବାବୁ ଶ୍ରାଦ୍ଧ ଦିବସ ପର୍ଯ୍ୟନ୍ତ ଚାଲିବ। ଦଳ ପକ୍ଷରୁ ଏହି ଅବଧିରେ ୩୩ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ରାଜ୍ୟର ପ୍ରମୁଖ ହସ୍ପିଟାଲଠାରେ ଆସନ୍ତାକାଲିଠୁ ହେଲପ୍ ଡେସ୍କ ସ୍ଥାପନ ଖୋଲିବାକୁ ମଧ୍ୟ ‘ଓଡ଼ିଶା -ମୋ ପରିବାର’ ନିଷ୍ପତ୍ତି ହୋଇଛି।

Advertisment

ବର୍ଷକ ମଧ୍ୟରେ ୧ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବାବେଳେ ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟରେ ୩୩ହଜାର ରକ୍ତ ୟୁନିଟ୍ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ରାଜ୍ୟର ପ୍ରମୁଖ ହସ୍ପିଟାଲଗୁଡ଼ିକରେ ରୋଗୀମାନଙ୍କୁ ସହାୟତା ନିମନ୍ତେ ହେଲପ୍ ଡେସ୍କ ମଧ୍ୟ ଖୋଲିବାକୁ ମୋ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆସନ୍ତାକାଲିଠୁ ହେଲପଡେସ୍କ କାର୍ଯ୍ୟକ୍ଷମ ହେବ।

Advertisment

ବିଜେଡିର ‘ମୋ ପରିବାର’ କାର୍ଯ୍ୟକ୍ରମର ଆବାହକ ଅରୂପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟମାନଙ୍କ ଉପସ୍ଥିତିରେ ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ରୂପରେଖ ପ୍ରସ୍ତୁତ ହୋଇଛି। କୋଭିଡ୍ ପରିସ୍ଥିତି ସମୟରେ ରକ୍ତ ଚାହିଦାକୁ ପୂରଣ କରିବା ନିମନ୍ତେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ବିଜେଡିର ବିଧାୟକ,ସାଂସଦ ଓ ନେତାମାନଙ୍କ ସହଯୋଗରେ ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ତେବେ ଚାହିଦା ପୂରଣ ନିମନ୍ତେ ଏହି ସ୍ୱତନ୍ତ୍ର ରକ୍ତଦାନ ଅଭିଯାନ ଆରମ୍ଭ କରାଯିବାକୁ ‘ଓଡ଼ିଶା ମୋ-ପରିବାର’ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe