ନୂଆଦିଲ୍ଲୀ: ଏକ ଲମ୍ୱା ସମୟ ବିରତି ନେବା ପରେ ଜିଓନି ମୋବାଇଲ୍ ଭାରତୀୟ ବଜାରରେ ପୁଣିଥରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଅଗଷ୍ଟ ୨୫ ତାରିଖରେ ସ୍ମାର୍ଟଫୋନ୍ ଜିଓନି ମ୍ୟାକ୍ସ ଲଞ୍ଚ ହେବାକୁ ଯାଉଛି। ଇ-କମର୍ସ ସାଇଟ୍ ଫ୍ଲିପ୍କାର୍ଟରେ କମ୍ପାନୀ ଏକ ଲଞ୍ଚ୍ ପୋଷ୍ଟରକୁ ରିଲିଜ କରିଛି। ଏହି ପୋଷ୍ଟରରେ ସ୍ମାର୍ଟଫୋନ୍ର ସ୍ପେସିଫିକେଶନ ବିଷୟରେ ପ୍ରକାଶ ପାଇଛି।
ଜିଓନି ମ୍ୟାକ୍ସରେ ରହିଛି ଏହିସବୁ ଫିଚର୍
- ୬.୧ ଇଞ୍ଚର ଏଚ୍ଡି +୨.୫ଡି କର୍ଡ ଗ୍ଲାସ ଡିଜାଇନର ଡିସ୍ପ୍ଲେ
- ୫୦୦୦ ଏମ୍ଏଏଚ୍ ପାୱାର ଥିବା ଫୁଲ୍ ବ୍ୟାଟେରୀ
- ୨୪ ଘଣ୍ଟାର ମ୍ୟୁଜିକ ପ୍ଲେ ବ୍ୟାକ୍
- ୨୮ ଦିନର ଷ୍ଚାଣ୍ଡବାଇ ଟ୍ରାକ ଟାଇମ୍
- ୱାଟର ଡ୍ରପ୍ ନଚ୍ ସ୍କ୍ରୀନ୍ ଓ ସେଲ୍ଫି କ୍ୟାମେରା
- ୯ ଘଣ୍ଟା ପର୍ଯ୍ୟନ୍ତ ମୁଭି ବା ଭିଡିଓ ପ୍ଲେ ବ୍ୟାକ ଟାଇମ
- ଏବଂ ଏଥିରେ ଗ୍ରାହକଙ୍କୁ ୧୨ ଘଣ୍ଟା ଗେମିଙ୍ଗ ଟାଇମ ମିଳିପାରିବ।
ସ୍ମାର୍ଟଫୋନ୍ର ମୂଲ୍ୟ କେତେ ରହିବ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ। ତେବେ ଫ୍ଲିପକାର୍ଟର ଏଣ୍ଟ୍ରି ଲେବୁଲରୁ ଏହା ଜଣାପଡୁଛି ଯେ ଜିଓନି ମ୍ୟାକ୍ସ ସ୍ମାର୍ଟଫୋନ୍କୁ ୬ ହଜାରରୁ କମ୍ ଟଙ୍କାରେ ଲଞ୍ଚ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।