Advertisment

‘ପାହାଡ଼ରେ ବ୍ୟାଙ୍କିଂ ସେବା, ନାହିଁ ନେଟୱାର୍କ’

ପାହାଡ ଉପରେ ଚାଲିଛି ମିଶନ ଶକ୍ତି ପକ୍ଷରୁ ବ୍ୟାଙ୍କିଂ ସେବା। ନେଟୱର୍କ ନ ଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ମଳାସପଦର ପଞ୍ଚାୟତରେ ।

author-image
Manoj Swain
ଅଦ୍ୟତନ ହୋଇଛି

 ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ପାହାଡ଼ ଚଢ଼ୁଛନ୍ତି ମହିଳା। ପାହାଡ ଉପରେ ଚାଲିଛି ମିଶନ ଶକ୍ତି ପକ୍ଷରୁ ବ୍ୟାଙ୍କିଂ ସେବା। ନେଟୱର୍କ ନ ଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ମଳାସପଦର ପଞ୍ଚାୟତରେ। ଲୋକଙ୍କୁ ବ୍ୟାଙ୍କିଂ ସେବା ଯୋଗାଇବା ପାଇଁ ପ୍ରତିଦିନ ପାହାଡ ଚଢୁଛନ୍ତି ଜଣେ ମିଶନ ଶକ୍ତିର ବ୍ୟାଙ୍କ ସଖି, ଗାଁରେ ନେଟୱର୍କ ନଥିବାରୁ ଲୋକଙ୍କୁ ଡିଜିଟାଲ ବ୍ୟାଙ୍କ ସେବା ଯୋଗାଇବାକୁ ପାହାଡ଼ ଉପରେ ଚଢ଼ି ନିର୍ଦ୍ଦିଷ୍ଟ ଏକ ଗଛର ଡାଳରେ ୱାଇଫାଇକୁ ବାନ୍ଧି ନେଟୱର୍କ ଯୋଗାଡ଼ କରି ଲୋକଙ୍କୁ ସକାଳ ୬ରୁ ସଂଧ୍ୟା ୬ ଯାଏ ସେବା ଯୋଗାଉଛନ୍ତି ।

Advertisment
Odisha Gajapati District