ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବରେ ଯୋଗଦେବ ବିଜେଡି। ଗତକାଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏକଥା ସ୍ପଷ୍ଟ କରିଛି ବିଜେଡି। ହେଲେ ବିଜେଡିର ଏହି ସମର୍ଥନ ବୋଧେ ବେଶ ବାଧିଛି କଂଗ୍ରେସ ଦଳକୁ। କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ବିଜେଡି କେନ୍ଦ୍ରର ସବୁ ବିଲକୁ ସମର୍ଥନ କରି ଆସୁଛି। ଏଥିପାଇଁ ଏହି କାର୍ଯ୍ୟକ୍ରମରେ ମଧ୍ୟ ଦଳ ସାମିଲ ହେଉଛି। ହେଲେ ପ୍ରକୃତ କଥା ସେୟା ନୁହେଁ। ବିଜେଡି ପୁରା ଭୟଭିତ ହୋଇ ଏଭଳି କାମ କରିଛି। ନିୟମ ଦୃଷ୍ଟିରୁ ଏହାକୁ ରାଷ୍ଟ୍ରପତି ଉଦଘାଟନ କରିବା କଥା ବୋଲି କଂଗ୍ରେସ କହିଛି। ସୁର କହିଛନ୍ତି ସିବିଆଇ, ଇଡି ଏବଂ ଇନକମ୍ ଟ୍ୟାକ୍ସ ରେଡ ଭୟରେ ବିଜେଡି ବାଧ୍ୟ ହୋଇ ଏହା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।