ଭିଜିଲାନ୍ସଜାଲରେ ଛନ୍ଦି ହୋଇ ଗିରଫ ହୋଇଥିବା ନବରଙ୍ଗପୁରର ପୂର୍ବତନ ଭାରପ୍ରାପ୍ତ ଉପଜିଲ୍ଲାପାଳ ଓ ୫-ଟି ସଚିବଙ୍କ ଘନିଷ୍ଠତାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା ବିଜେପି। ଜିଲ୍ଲା ବିଜେପି ତରଫରୁ ପ୍ରଶାନ୍ତ ରାଉତଙ୍କ ସହ ୫-ଟି ସଚିବଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।