Advertisment

ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ, ରେଡ୍ ବେଳେ ଇଞ୍ଜିନିୟରଙ୍କ ଘରୁ ବାହାରିଲା ନଗଦ ୧.୩୬ କୋଟି ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ସରକାରୀ ଚାକିରିଆଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ। ଆଉ ଅଧିକାଂଶଙ୍କ ପାଖରୁ ଭିଜିଲାନ୍ସ ଠାବ କରୁଛି କୋଟି କୋଟି ଟଙ୍କାର ସଂପତ୍ତି। ଖାଲି ସଂପତ୍ତି ନୁହେଁ, ଅନେକ ସମୟରେ ଅନେକ ଅଧିକାରୀଙ୍କ ଘରୁ ପୁଳାପୁଳା ଟଙ୍କା ମଧ୍ୟ ଜବତ କରୁଛି ଭିଜିଲାନ୍ସ। ଗତ ୯ ତାରିଖରେ ବ୍ରହ୍ମପୁରରେ ବିଦ୍ୟୁତ୍ ବିଭାଗର ଜଣେ ଇଞ୍ଜିନିୟରଙ୍କ ଘରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ, ରେଡ୍ ବେଳେ ଇଞ୍ଜିନିୟରଙ୍କ ଘରୁ ବାହାରିଲା ନଗଦ ୧.୩୬ କୋଟି ଟଙ୍କା

Seized Money

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ସରକାରୀ ଚାକିରିଆଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ। ଆଉ ଅଧିକାଂଶଙ୍କ ପାଖରୁ ଭିଜିଲାନ୍ସ ଠାବ କରୁଛି କୋଟି କୋଟି ଟଙ୍କାର ସଂପତ୍ତି। ଖାଲି ସଂପତ୍ତି ନୁହେଁ, ଅନେକ ସମୟରେ ଅନେକ ଅଧିକାରୀଙ୍କ ଘରୁ ପୁଳାପୁଳା ଟଙ୍କା ମଧ୍ୟ ଜବତ କରୁଛି ଭିଜିଲାନ୍ସ। ଗତ ୯ ତାରିଖରେ ବ୍ରହ୍ମପୁରରେ ବିଦ୍ୟୁତ୍ ବିଭାଗର ଜଣେ ଇଞ୍ଜିନିୟରଙ୍କ ଘରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ସେହିପରି ଗତବର୍ଷ ନଭେମ୍ବର ମାସରେ ଓପିଏଚ୍‌ଡବ୍ଲ୍ୟୁସିର ଡେପୁଟି ମ୍ୟାନେଜର ଥିବା ପ୍ରତାପ ସାମଲଙ୍କ ଘରୁ ନଗଦ ୩୮ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ସରକାରୀ କର୍ମଚାରୀମାନଙ୍କ ଘରୁ ନଗଦ ଏତେ ଟଙ୍କା ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ ଆଜି ଜଣେ ଯନ୍ତ୍ରୀଙ୍କ ଘରେ ରେଡ୍‌ ବେଳେ ଯେତିକି ନଗଦ ଟଙ୍କା ଜବତ ହୋଇଛି, ତାହା ଓଡ଼ିଶା ଭିଜିଲାନ୍ସର ଇତିହାସରେ କେବେ ହୋଇ ନଥିଲା।

Advertisment

ଏହି ଯନ୍ତ୍ରୀଙ୍କ ନାଁ ଆଶିଷ କୁମାର ଦାସ। ସେ ଏବେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅଛନ୍ତି। ଚାରି ଦିନ ତଳେ ଭିଜିଲାନ୍ସ ପ୍ରଥମେ ତାଙ୍କ ଘରେ ଚଢ଼ାଉ କରିଥିଲା। ଆଉ ଆଜି ଚଢ଼ାଉର ଚତୁର୍ଥ ଦିନରେ ତାଙ୍କର କଟକ ଜିଲ୍ଲା ତ୍ରିଶୂଳିଆର ବେଲଗଛି ସ୍ଥିତ ଶାନ୍ତିବନ ଆପାର୍ଟମେଣ୍ଟରୁ ବାହାରିଛି ନଗଦ ୧ କୋଟି ୧୫ ଲକ୍ଷ ଟଙ୍କା। କେବଳ ସେତିକି ନୁହେଁ, ଏହା ପୂର୍ବରୁ ଚଢ଼ାଉର ପ୍ରଥମ ଦିନରେ ମାଲକାନଗିରି ସ୍ଥିତ ତାଙ୍କ ଘରୁ ନଗଦ ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କା ମିଳିଥିଲା। ଅର୍ଥାତ୍ ତାଙ୍କ ପାଖରୁ ମୋଟ ୧ କୋଟି ୩୬ ଲକ୍ଷ ୭୫ ହଜାର ନଗଦ ଟଙ୍କା ଜବତ କରାଯାଇଛି।

ଏହା ସହିତ ତାଙ୍କ ପାଖରୁ ମୋଟ ୧.୨ କେଜି ସୁନା ଜବତ କରାଯାଇଛି। ତା’ଭିତରେ ସୁନା ଗହଣା ସହିତ ସୁନା କଏନ ଓ ବିସ୍କୁଟ୍ ରହିଛି। ଆଜି ତାଙ୍କର ଶାନ୍ତିବନ ଆପାର୍ଟମେଣ୍ଟରୁ ୬୩୨ ଗ୍ରାମ ସୁନା ଜବତ କରାଯାଇଥିବା ବେଳେ ପୂର୍ବରୁ ମାଲକାନଗିରି ସ୍ଥିତ ଘରୁ ୬୦୨ ଗ୍ରାମ ସୁନା ଜବତ କରାଯାଇଥିଲା।

Advertisment

ସେହିପରି ଆକ୍ସିସ ବ୍ୟାଙ୍କରେ ଶ୍ରୀ ଦାସଙ୍କ ପରିବାର ଲୋକ ଓ ସଂପର୍କୀୟଙ୍କ ନାଁରେ ୧୨ଟି ଆକାଉଣ୍ଟ ରହିଛି। ଏହି ସବୁ ଆକାଉଣ୍ଟର ପରିଚାଳନା ନିଜେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦାସ କରୁଥିଲେ। ଏ ସବୁ ଆକାଉଣ୍ଟରେ ସେ ୨.୨୫ କୋଟି ଟଙ୍କା ଜମା କରିଛନ୍ତି। ଏହା ପୂର୍ବରୁ ତାଙ୍କର ୧.୭୭ କୋଟିର ଜମା ଟଙ୍କା ଠାବ କରାଯାଇଥିଲା। ତାଙ୍କ ଠାରୁ ୪ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ବୀମାରାଶି ଠାବ କରାଯାଇଛି।

ଖବର ଲେଖାଯିବା ସୁଦ୍ଧା ତାଙ୍କର ଆଉ କିଛି ବ୍ୟାଙ୍କରେ ଥିବା ଆକାଉଣ୍ଟର ଯାଞ୍ଚ କରାଯିବା ବାକି ଅଛି। ସେହିପରି ବ୍ୟାଙ୍କରେ ତାଙ୍କର ଦୁଇଟି ଲକର ରହିଛି। ଲକର ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇନି। ତାଙ୍କର ମୋଟ ସଂପତ୍ତିର ପରିମାଣ ଆହୁରି ବଢ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ କେ ଜେଠୱା ଆଜି ଦେଇଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିଜିଲାନ୍ସ ଦୁର୍ନୀତି ନେଇ ୬୨ ମାମଲା ରୁଜୁ କରିଥିବା ବେଳେ ୪୩ ଜଣ ସରକାରୀ କର୍ମଚାରୀ ଗିରଫ ହୋଇସାରିଲେଣି। ଗିରଫ ସରକାରୀ କର୍ମଚାରୀଙ୍କ ମଧ୍ୟରେ ୧୪ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ଅଧିକାରୀ।

Vigilance Raid