Advertisment

ବାଇକ୍‌ କିଣିବାକୁ ଯାଇଥିଲେ ଅଜାନାତି, ଟଙ୍କା ନେଇଗଲା ଲୁଟେରା

ଜଳେଶ୍ୱର(ଅଜିତ ଦାସ): ବାଇକ୍‌ କିଣିବାକୁ ଦେଢ ଲକ୍ଷ ଟଙ୍କା ଧରି ଘରୁ ଆସିଥିଲେ ଅଜାନାତି । ଟଙ୍କାକୁ ଗାଡ଼ି ଡିକିରେ ରଖି ବାଇକ୍‌ ଶୋ’ ରୁମ୍‌ ଯାଇଥିବା ବେଳେ ଆଖି ପିଛୁଳାକେ ଲୁଟ୍‌ ହୋଇଗଲା ଟଙ୍କା। ମାତ୍ର ୨, ୩ ମିନିଟ୍‌ରେ ଦିନ ଦିପ୍ରହରରେ ବାଇକ୍‌ ଡିକି ଭାଙ୍ଗି ଦେଢ ଲକ୍ଷ ଲୁଟି ନେଲା ଲୁଟେରା। ଟଙ୍କା ଚୋରି ହେବା ପରେ ବାଇକ୍‌ କିଣିବା ଆଶାରେ ଯାଇଥିବା ଅଜାନାତି ଅଭିଯୋଗ ଜଣାଇବାକୁ ଥାନାରେ ପହଞ୍ଚିଲେ । ପୁଲିସ୍‌ […]

ଅଦ୍ୟତନ ହୋଇଛି
ଲୁଟିନେଲେ ୨କିଲୋ ୮ଶହ ଗ୍ରାମ ଓଜନର ସୁନା

loot

Advertisment

ଜଳେଶ୍ୱର(ଅଜିତ ଦାସ): ବାଇକ୍‌ କିଣିବାକୁ ଦେଢ ଲକ୍ଷ ଟଙ୍କା ଧରି ଘରୁ ଆସିଥିଲେ ଅଜାନାତି । ଟଙ୍କାକୁ ଗାଡ଼ି ଡିକିରେ ରଖି ବାଇକ୍‌ ଶୋ’ ରୁମ୍‌ ଯାଇଥିବା ବେଳେ ଆଖି ପିଛୁଳାକେ ଲୁଟ୍‌ ହୋଇଗଲା ଟଙ୍କା। ମାତ୍ର ୨, ୩ ମିନିଟ୍‌ରେ ଦିନ ଦିପ୍ରହରରେ ବାଇକ୍‌ ଡିକି ଭାଙ୍ଗି ଦେଢ ଲକ୍ଷ ଲୁଟି ନେଲା ଲୁଟେରା। ଟଙ୍କା ଚୋରି ହେବା ପରେ ବାଇକ୍‌ କିଣିବା ଆଶାରେ ଯାଇଥିବା ଅଜାନାତି ଅଭିଯୋଗ ଜଣାଇବାକୁ ଥାନାରେ ପହଞ୍ଚିଲେ । ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରା ସମ୍ପର୍କରେ କିଛି ବି ଟେର ପାଇପାରିନି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ  ଘଟିଛି।

Advertisment

ସୂଚନା ଅନୁଯାୟୀ,  ବାଲିବିଲ ଗ୍ରାମର ପ୍ରାଣକୃଷ୍ଣ ପରିଡା ଓ ଜଗବନ୍ଧୁ ଜେନା  ସମ୍ପର୍କରେ  ଅଜାନାତି । ଗତକାଲି ପାରୁଳିଆଛକରେ ଥିବା ହୋଣ୍ଡା ଶୋ’ରୁମକୁ ଉଭୟ ନୂଆ ବାଇକ୍‌ କିଣିବାକୁ ଯାଇଥିଲେ। ଶୋ’ରୁମ  ବାହାରେ ଗାଡି  ରଖି ଭିତରକୁ ଯାଇଥିଲେ। ସେଠାରେ ସେମାନେ ବାଇକ୍‌ ଦେଖୁଥିବା ବେଳେ ଦୁର୍ବୃତ୍ତ ଗାଡ଼ଇ ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଥିଲା।  ଡିକି ଖୋଲାଥିବା ଦେଖି ଉଭୟ ବାହାରକୁ ଆସି ଦେଖିବା ବେଳକୁ ଡିକି ତଡ଼ା ହୋଇ ଟଙ୍କା ଲୁଟ୍‌ ହୋଇଥିବା ଦେଖିବାକୁ ପାଇଲେ।

ଉଭୟ ଅଜାନାତି ଏ ସମ୍ପର୍କରେ ଗତ ରାତିରେ ବାଲିଆପାଳ  ଥାନାରେ ଲିଖିତ  ଅଭିଯୋଗ  କରିଥିବା ବେଳେ ପୁଲିସ୍‌  ତଦନ୍ତ ଆରମ୍ଭ କରିଛି। ଗତକାଲି ପୁଲିସ୍‌ କୌଣସି ସୁରାକ ପାଇପାରି ନ ଥିବା ବେଳେ ଆଜି ପୁଣି ଥରେ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିବ ବୋଲି ଜଣାଯାଇଛି ।

Advertisment

Loot Robbed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe