Advertisment

ଓଡ଼ିଶାରେ କେତେ ଅଛନ୍ତି ବାଂଲାଦେଶୀ? ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଓଡ଼ିଶାରେ ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ ଶରଣାର୍ଥୀ। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୪ ହଜାର ୨୩୩ ବାଂଲାଦେଶୀ ଅଛନ୍ତି।

ଅଦ୍ୟତନ ହୋଇଛି
Bangadeshi refugees

Bangadeshi refugees

Advertisment

ଓଡ଼ିଶାରେ କେଉଁ ଜିଲ୍ଲାରେ କେତେ ବାଂଲାଦେଶୀ ଅଛନ୍ତି? ସେମାନଙ୍କ ଭିତରୁ କେତେ ଜଣ ବେଆଇନ୍‌ ଭାବେ ଅଛନ୍ତି? ଆଜି ବିଧାନସଭାରେ ଧମାନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏପରି ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

Advertisment

ସେ କହିଛନ୍ତି, ଓଡ଼ିଶାରେ ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ ଶରଣାର୍ଥୀ। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୪ ହଜାର ୨୩୩ ବାଂଲାଦେଶୀ ଅଛନ୍ତି। ଅନୁଗୋଳ ଜିଲ୍ଲାରେ ୧୫, ବାଲେଶ୍ୱର ଜିଲ୍ଲାରେ ୭୫, ଯାଜପୁର ଜିଲ୍ଲାରେ ୩୭୯, କଳାହାଣ୍ଡି ଜିଲ୍ଲାରେ ୯୦, କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୬, କୋରାପୁଟ ଜିଲ୍ଲାରେ ୧୯୪, ନବରଙ୍ଗପୁର ଜିଲ୍ଲାରେ ୪୬୮୪୮ ଓ ରାୟଗଡ଼ା ଜିଲ୍ଲାରେ ୩୦୪ ଜଣ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି ବୋଲି ବିଧାନସଭାରେ ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ୍‌ ଭାବେ ରହୁଛନ୍ତି। ସେଥିରୁ ବରଗଡ଼ ଜିଲ୍ଲାରେ ୨, ଭଦ୍ରକ ଜିଲ୍ଲାରେ ୧୯୯, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୪୯, ଖୋର୍ଦ୍ଧା (ଭୁବନେଶ୍ୱର)ରେ ୧୭, ଜଗତସିଂହପୁର ଜିଲ୍ଲାରେ ୧୧୧୨, ମାଲକାନଗିରି ଜିଲ୍ଲାରେ ୬୫୫ ଓ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବାଂଲାଦେଶୀ ବେଆଇନ୍‌ ଭାବେ ବାସ କରୁଛନ୍ତି।

Advertisment
Odisha Odisha Police Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe