bls
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ସିମୁଳିଆ ଥାନା ଅନ୍ତର୍ଗତ ମାଣିତ୍ରୀ ଗାଁରେ ଜମି ବାଡ଼ି ବିବାଦକୁ ନେଇ ପୂର୍ବ ଶତ୍ରୁତାରୁ ସଂଘର୍ଷ ହୋଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ରଙ୍ଗଲତା ଗୋଚ୍ଛାୟତ। ଗୁରୁତରଦ୍ୱୟ ହେଲେ ରଙ୍ଗଲତାଙ୍କ ସ୍ୱାମୀ ମଧୁସୂଦନ ଗୋଚ୍ଛାୟତ ଓ ତାଙ୍କ ଝିଆରୀ ପୂଜାରାଣୀ।
ଗାଁର ରଙ୍ଗଲତା ଗୋଚ୍ଛାୟତଙ୍କ ପରିବାର ସହ ତାଙ୍କ ପଡ଼ୋଶୀ ଜଗବନ୍ଧୁ ସେଠୀ, ସୁଶାନ୍ତ ଦାସ, କହ୍ନେଇ ଗୋଛାୟତ ଓ ସାବିତ୍ରୀ ଗୋଛାୟତଙ୍କର ଜମିବାଡ଼ି ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିଲା। ହେଲେ ଗତକାଲି ଏହା ବିସ୍ଫୋରକ ପରିସ୍ଥିତିର ରୂପ ନେଇଥିଲା। ରଙ୍ଗଲତାଙ୍କ ପରିବାର ଓ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏହାପରେ ରଙ୍ଗଲତା, ତାଙ୍କ ସ୍ୱାମୀ ମଧୁସୂଦନ ଏବଂ ତାଙ୍କ ଝିଆରୀଙ୍କୁ ପଡୋଶୀମାନେ ସଂଘବଦ୍ଧ ହୋଇ ବାଉଁଶ ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ରଙ୍ଗଲତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରଙ୍ଗଲତାଙ୍କ ସ୍ୱାମୀ ମଧୁସୁଦନ ଓ ତାଙ୍କ ଝିଆରୀ ପୂଜାରାଣୀ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ କହ୍ନେଇ ଗୋଛାୟତ ଓ ସାବିତ୍ରୀ ଗୋଛାୟତଙ୍କୁ ଅଟକ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/bls-1234.jpg)