ଝାଡାବାନ୍ତିରେ ଜଣେ ମୃତ, ୯ଆକ୍ରାନ୍ତ

ସୋର(ଓଡ଼ିଶା ରିପୋର୍ଟର): ଆକ୍ରାନ୍ତମାନଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମଥାନ। ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ଗନ୍ଧାଳି ଗାଁରେ। ଲକ୍ଷ୍ମୀ ବନ୍ଧୁଙ୍କ ଘର ନାକପଦା ଗାଁକୁ ବୁଲିବାକୁ ଆସିଥିଲେ।

ବୁଧବାର ନାକପଦା ଗାଁର ମଦନ ମୋହନ ବେହେରା ଓ ଶଙ୍କର୍ଷଣ ବେହେରାଙ୍କ ଘରେ ଭୋଜି ହୋଇଥିଲା। ଦୁଇ ପରିବାର ଲୋକ ଏହି ଭୋଜି ଖାଇଥିଲେ।  ଲକ୍ଷ୍ମୀ ମଧ୍ୟ ଖାଇଥିଲେ।  ଖାଇବା ପରେ ପରିବାରର  କିଛି ଲୋକଙ୍କୁ  ପ୍ରଥମେ ବାନ୍ତି ହୋଇଥିଲା। ପରେ ଝାଡ଼ା ହୋଇଥିଲା। ପରିବାର ଲୋକେ ତୁରନ୍ତ ସମସ୍ତଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଲକ୍ଷ୍ମୀଙ୍କର ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅସ୍ୱାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ପାଇଁ ଝାଡାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି।  ଗତକାଲି ଗାଁରେ ମେଡିକାଲ ଟିମ୍‌ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।