Advertisment

ବାଇକ୍‌ ଉପରେ ବସିଥିଲେ ଯୁବକ, ଘୋଷାରି ନେଲା ଟ୍ରକ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଥିବା କୋକସରା କେନାଲ ପୋଲ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଜଣେ ବାଇକ୍‌ ଚାଳକଙ୍କୁ  ଏକ ଟ୍ରକ  ଧକ୍କା ଦେଇ ଘୋଷାରି ନେବାରୁ ଘଟଣାସ୍ଥଳରେ ତାଙ୍କ  ମୃତ୍ୟୁ ହୋଇଛି। ମୃତକ ହେଲେ ଚିକିଲି ଗ୍ରାମର ଯୁବକ ଯୁଗେ ବେମାଲ। ଏହି  ଦୁର୍ଘଟଣାରେ ଜଣେମହ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅନ୍ତ […]

author-image
Niharika Rout
ଅଦ୍ୟତନ ହୋଇଛି
ବାଇକ୍‌ ଉପରେ ବସିଥିଲେ ଯୁବକ, ଘୋଷାରି ନେଲା ଟ୍ରକ୍‌

truck

ଧର୍ମଗଡ଼(ଇଙ୍ଗିତ ପଣ୍ଡା) : କଳାହାଣ୍ଡିଜିଲ୍ଲା ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଥିବା କୋକସରା କେନାଲ ପୋଲ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଜଣେ ବାଇକ୍‌ ଚାଳକଙ୍କୁ  ଏକ ଟ୍ରକ  ଧକ୍କା ଦେଇ ଘୋଷାରି ନେବାରୁ ଘଟଣାସ୍ଥଳରେ ତାଙ୍କ  ମୃତ୍ୟୁ ହୋଇଛି। ମୃତକ ହେଲେ ଚିକିଲି ଗ୍ରାମର ଯୁବକ ଯୁଗେ ବେମାଲ। ଏହି  ଦୁର୍ଘଟଣାରେ ଜଣେମହ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅନ୍ତ ଗହୀର ଓ  ରାମବତୀ ଦୀପ ନାମ୍ନୀ ମହିଳା ।

Advertisment

ପୁଲିସ୍‌ ସୂତ୍ରରୁ  ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ୫ ଟା ସମୟରେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ କୋକସରା କେନାଲ ପୋଲ ଦେଇ ଯାଉଥିଲା। ଏହି ସମୟରେ ରାସ୍ତା କଡ଼ରେ ଜଣେ ଯୁବକ ନିଜ ବାଇକ୍‌ ଉପରେ ବସିଥିବା ବେଳେ  ଟିକେ ଦୂରେ ଜଣେ ମହିଳା ସମେତ ୨ ଜଣ ଥିଲେ  ।

ଟ୍ରକଟି ବାଇକ୍‌ ଚାଳକଙ୍କୁ ଧକ୍କା ଦେଇବାରୁ ଯୁବକଜରକ ଟ୍ରକ ଚକା ତଳେ ପଡ଼ିଯାଇଥିଲେ। ଫଳରେ ଟ୍ରକଟି ତାଙ୍କୁ କିଛି ବାଟ ଘୋଷାରି ନେଇଥିବା ବେଳେ  ପାଖରେ ଥିବା ମହିଳା ଓ ଅନ୍ୟ ଜଣେ ଯୁବକଙ୍କୁ ବି ଧକ୍କା  ଦେଇଥିଲା।   ଟ୍ରକ ଚାପାରେ  ଯୁଗେ ବେମାଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ତ ଗହୀର ଓ  ରାମବତୀ ଦୀପ ଗୁରୁତର ହୋଇ ପଡ଼ିଛନ୍ତି।  ଅନ୍ତ ବାଇକ୍‌ ରଖି ପାଖ ଗଛରୁ ଦାନ୍ତକାଠି ଭାଙ୍ଗୁଥିବା ବେଳେ ରାମବତୀ ପାଖ ଢାବାକୁ  କାମ କରିବାକୁ ଯାଉଥିଲେ।

Advertisment

ଗୁରୁତରଦ୍ୱୟଙ୍କୁ ସ୍ଥାନୀୟ ଲୋକ କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ପହଞ୍ଚି ପରିସ୍ଥିତି  ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଚଳାଇଛି। ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ୨ ଘଣ୍ଟାର ପରିଶ୍ରମ ସତ୍ତ୍ୱେ   ଟ୍ରକ୍‌ ଚକା ତଳୁ ମୃତଦେହ ଉଦ୍ଧାର ହୋଇପାରି ନ ଥିବା ଜଣାଯାଇଛି । ବହୁ ଚେଷ୍ଟା ସତ୍ତ୍ୱେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତଦେହକୁ ଟ୍ରକ ଚକା ତଳୁ ବାହାର କରାଯାଇ ପାରି ନ ଥିବା ଜଣାଯାଇଛି।

ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ କ୍ଷତିପୂରଣ ଦାବିରେ ଲୋକମାନେ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ବନ୍ଦ ରହିଛି। ଟ୍ରକ୍‌ ଡ୍ରାଇଭରକୁ  ଉତ୍ତ୍ୟକ୍ତ  ଲୋକେ  ଅଟକ ରଖିଛନ୍ତି । ଘଟଣାର ସମାଧାନ ପାଇଁ ବରିଷ୍ଠ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଥିଲେ ବି ପରିସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ ଥିବା ଜଣାଯାଇଛି।

Accident Roadaccident