kamakhayanager
କାମାକ୍ଷାନଗର(ବିଦ୍ୟାଧର ବରାଳ ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଢେଙ୍କାନାଳଜିଲ୍ଲା କାମାକ୍ଷାନଗରରେ ଗତ ରାତିରେ ଏକ କାର ଉପରକୁ ବୋମା ମାଡ ହେବା ସହ ଫୁଟିଛି ୬ ରାଉଣ୍ଡ ଗୁଳି। ଏହି ରକ୍ତାତ ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ମୃତକ ହେଲେ କାମାକ୍ଷାନଗର ଅନନ୍ତପୁର କଲୋନୀ ସାହିର ତୋଫାନ ପାତ୍ର। ଗୁରୁତରମାନେ ହେଲେ ଆକାଶ ନାୟକ ଓ ରାଜକିଶୋର ନାୟକ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଗତକାଲି ଅନ୍ଧକାର ରାତିରେ ଘଟିଛି ଏଭଳି ରକ୍ତରଞ୍ଜିତ ଘଟଣା । କିଛି ଯୁବକ ବାଇକରେ ପହଞ୍ଚି ଏକ କାରରେ ଥିବା ୪ ଜଣଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ ଓ ବୋମା ପକାଇଥିଲେ l ଏଥିଯୋଗୁ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିଲେ l
ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତୋଫାନ ଓ ଆକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ଗତରାତିରେ ସ୍ଥାନାନ୍ତରିତ କରାଯାଇଥିଲାl
ଆଜି ଭୋରରୁ ତୋଫାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆକାଶଙ୍କ ଅବସ୍ଥା ସଂକଟାପନ୍ନ ରହିଛି l ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/kamakhayanager.jpg)