Advertisment

ଦୋକାନ ଭିତରୁ ନେଇଗଲେ ୧ କେଜି ସୁନା ଅଳଙ୍କାର

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଦୋକାନ ଭିତରୁ ୧ କେଜି ସୁନା ଅଳଙ୍କାର ପଶିଥିବା ବ୍ୟାଗ୍ ଲୁଟ୍। ଆଜି ବାସୁଦେବପୁର ଅନ୍ତର୍ଗତ ବେତଡ଼ା ବଜାର ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଦିନ ସାଢ଼େ ୧୨ଟା ବେଳେ ଏହି ସୁନା ଅଳଙ୍କାର ଲୁଟ୍ ହୋଇଛି। ଏନେଇ ଦୋକାନୀ ଜଣକ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ବେତଡ଼ା ବଜାରରେ ଥିବା କାଶୀଶ୍ୱର ଜୁଏଲାରୀର ମାଲିକ ପ୍ରତିଦିନ ଭଳି ଆଜି ସୁନା ଦୋକାନରେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଦୋକାନ ଭିତରୁ ନେଇଗଲେ ୧ କେଜି ସୁନା ଅଳଙ୍କାର

loot

ବାସୁଦେବପୁର(ଓଡ଼ିଶା ରିପୋର୍ଟର): ଦୋକାନ ଭିତରୁ ୧ କେଜି ସୁନା ଅଳଙ୍କାର ପଶିଥିବା ବ୍ୟାଗ୍ ଲୁଟ୍। ଆଜି ବାସୁଦେବପୁର ଅନ୍ତର୍ଗତ ବେତଡ଼ା ବଜାର ସ୍ଥିତ ଏକ ଜୁଏଲାରୀ ଦୋକାନରୁ ଦିନ ସାଢ଼େ ୧୨ଟା ବେଳେ ଏହି ସୁନା ଅଳଙ୍କାର ଲୁଟ୍ ହୋଇଛି। ଏନେଇ ଦୋକାନୀ ଜଣକ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ମୁତାବକ, ବେତଡ଼ା ବଜାରରେ ଥିବା କାଶୀଶ୍ୱର ଜୁଏଲାରୀର ମାଲିକ ପ୍ରତିଦିନ ଭଳି ଆଜି ସୁନା ଦୋକାନରେ ପହଞ୍ଚିଥିଲେ। ଆସିବା ପରେ ଘରୁ ଆଣିଥିବା ସୁନା ଅଳଙ୍କା ବ୍ୟାଗ୍‌କୁ ଦୋକାନ ଖୋଲି ଶୋ କେସ୍ ଉପେ ରଖିଥିଲେ। ଠାକୁର ପୂଜା ନିମନ୍ତେ ଏଥିରେ ରଖିଥିବା ଫୁଲ କାଢ଼ିଥିଲେ। ପରେ ଦୋକାନକୁ ଲଗିଥିବା ଓ୍ୱାର୍କସପ୍‌କୁ ଶୋକେସ୍ ଚାବି ଆଣିବାକୁ ଯାଇଥିବା ବେଳେ ତାଙ୍କ ଉପରେ ନଜର ରଖିଥିବା ଲୁଟରା ସୁନା ଅଳଙ୍କାର ବ୍ୟାଗ୍‌ ଲୁଟି ନେଇଛନ୍ତି।

ପ୍ରତ୍ୟକ୍ଷ ଦର୍ଶୀଙ୍କ ମୁତାବକ ବାଇକ୍‌ରେ ଆସିଥିବା ୨ ଜଣ ଦୁର୍ବୃତ୍ତ ଦୋକାନରେ ପଶି ଥିଲେ। ମାତ୍ର କିଛି ସେକେଣ୍ଡ ପରେ ଏଠାରୁ ବାହାରି ଆସି ବାଇକ୍‌ରେ ପଳାଇଥିଲେ। ତାଙ୍କ ହାତରେ ବ୍ୟାଗ ଥିଲା।

Advertisment

ଏହି ଘଟଣା ପରେ ସୁନା ଦୋକାନୀ ଏଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଚେକ୍ କରିଥିଲେ। ଏଥିରୁ ବାଇକ୍‌ରେ ଆସିଥିବା ୨ ଦୁର୍ବୃତ୍ତ ସୁନା ଅଳଙ୍କାର ପଶିଥିବା ବ୍ୟାଗ୍ ଲୁଟି ନେଇଥିବାଦେଖିବାକୁ ମିଳୁଛି। ଏନେଇ ସେ ପୁଲିସରେ ଏତଲା ଦେଇ ଦୁର୍ବୃତ୍ତଙ୍କୁ ଧରିବାକୁ ନିବେଦନ କରିଥିବା ଜଣାପଡ଼ିଛି।