Advertisment

ଲଖନପୁରରେ ଝାଡ଼ାବାନ୍ତି ଆତଙ୍କ; ୨୭ ଅସୁସ୍ଥ, ଜଣେ ମୃତ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୨୭ ଜଣ ଅସୁସ୍ଥ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଲଖନପୁର ବ୍ଲକ ବାଦିମାଲ ଗାଁରେ ଗୋଟିଏ ପରିବାରର ୩ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ ମହିଳା ଜଣଙ୍କ ହେଲେ ପ୍ରିୟଙ୍କା ପ୍ରଧାନ। ଆଜି ବାଦିମାଲ ଗାଁରେ ମେଡିକାଲ ଟିମ୍‌ ପହଞ୍ଚି  […]

ଅଦ୍ୟତନ ହୋଇଛି
ଲଖନପୁରରେ ଝାଡ଼ାବାନ୍ତି ଆତଙ୍କ; ୨୭ ଅସୁସ୍ଥ, ଜଣେ ମୃତ

jarasuguda

Advertisment

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୨୭ ଜଣ ଅସୁସ୍ଥ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

Advertisment

ଲଖନପୁର ବ୍ଲକ ବାଦିମାଲ ଗାଁରେ ଗୋଟିଏ ପରିବାରର ୩ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ ମହିଳା ଜଣଙ୍କ ହେଲେ ପ୍ରିୟଙ୍କା ପ୍ରଧାନ। ଆଜି ବାଦିମାଲ ଗାଁରେ ମେଡିକାଲ ଟିମ୍‌ ପହଞ୍ଚି  ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ ବୋଲି ଜଣାଯାଇଛି।

ସେହିପରି ଲଖନପୁର ବ୍ଲକର ପିଥିଣ୍ଡା ଗାଁରେ ୨୬ରୁ ଅଧିକ ଲୋକ ଝାଡ଼ାବାନ୍ତିରେ  ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଜଣ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗାଁରେ ମେଡିକାଲ ଟିମ୍‌  ପହଞ୍ଚି ଅନ୍ୟ ଗ୍ରାମବାସୀଙ୍କ ଚିକିତ୍ସା ଜାରି ରଖିଛନ୍ତି। ଏହାସହ ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପଠାଯାଇଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିଥିଲା। ଝାଡ଼ାବାନ୍ତିରେ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଜଣ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ମେଡିକାଲ ଟିମ୍‌ କାଶୀପୁରରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ସ୍ଥିତି ଉପରେ ନଜର ରଖିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe