/odisha-reporter/media/post_attachments/uploads/2020/09/loot-1.jpg)
loot-1
ସୁନ୍ଦରଗଡ଼(ଭାଗିରଥୀ ସାହୁ): ସୁନ୍ଦରଗଡ଼ ଦରଲିପାଲିର ଏକ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ହୋଇଛି । ଦୁଇଟି ବାଇକ୍ରେ ପାଞ୍ଚ ଜଣ ଦୁବୃର୍ତ୍ତ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପକାଇଥିଲେ । ଏହାପରେ କ୍ୟାସ୍ କାଉଣ୍ଟରରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇ ସେଠୁ ଫେରାର ହୋଇଯାଇଛନ୍ତି ।
Advertisment
ଖାଲି ଟଙ୍କା ଲୁଟିଲେ ତା ନୁହେଁ ପେଟ୍ରୋଲ ପମ୍ପରେ କାମ କରୁଥିବା ବ୍ୟକ୍ତିଙ୍କ ୭ଟି ମୋବାଇଲ୍ ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଧରାପଡ଼ିଯିବା ଭୟରେ ପମ୍ପର ସିସିଟିଭି କ୍ୟାମେରାର ହାର୍ଡ ଡିସ୍କକୁ ବି ନେଇ ଚାଲି ଯାଇଛନ୍ତି । ଘଟଣା ପରେ ପୋଲିସ୍ ପହଞ୍ଚି ମାମଲାର ତଦନ୍ତ କରୁଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
