Advertisment

ସୁସ୍ଥ ହେଲେ କଳାହାଣ୍ଡି କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର କାଳିମା ଭିତରେ ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି। ରବିବାର ପୁଣି ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା କୋଭିଡ୍‌ ଆକ୍ରାନ୍ତ। Happy to share that one Covid positive case of Kalahandi district, presently at Ashwini Covid hospital, Cuttack, has recovered and tested negative for COVID-19. Our […]

ସୁସ୍ଥ ହେଲେ କଳାହାଣ୍ଡି କରୋନା ଆକ୍ରାନ୍ତ

Corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର କାଳିମା ଭିତରେ ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି। ରବିବାର ପୁଣି ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା କୋଭିଡ୍‌ ଆକ୍ରାନ୍ତ।
https://twitter.com/HFWOdisha/status/1249396420534104064?s=20

Advertisment

ସେ ସୁସ୍ଥ ହେବା ବାବଦରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଜରିଆରେ ତଥ୍ୟ ଦିଆଯାଇଥିଲା। ବିଭାଗ ପକ୍ଷରୁ କୁହାଯାଇଛି, ଏହି ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ୍ ଆସିଛି। ସେ ବର୍ତ୍ତମାନ କଟକର ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଟ୍ୱିଟ୍‌ ଜରିଆରେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ପ୍ରଥମେ ୨ ଜଣ ଏବଂ ପରେ ଏକାଥରେ ୧୦ ଜଣ ସୁସ୍ଥ ହୋଇଥିଲେ। ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବବତ୍‌ ୫୪ରେ ସୀମିତ ରହିଥିବାବେଳେ ପରୀକ୍ଷା ଏବଂ ଅନ୍ୟ କିଛି ତଥ୍ୟ ଖବର ଲେଖାହେବା ସୁଦ୍ଧା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ପରିବର୍ତ୍ତନ କରାଯାଇନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe