Advertisment

ମୟୂରଭଞ୍ଜରେ ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ଏହି ସଂଖ୍ୟା ୨୦୬କୁ ଛୁଇଁଛି। ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  ସେଥିମଧ୍ୟରୁ  ୩ ଜଣ ମୟୂରଭଞ୍ଜ ଜିଲ୍ଲାର ଥିଲେ। ସେମାନେ ସମସ୍ତେ ପୁରୁଷ ଓ ବୟସ ଯଥାକ୍ରମେ ୨୧, ୩୬ ଓ ୪୪ ବୋଲି ଜଣାଯାଇଛି।  ଏହି ୩ ଜଣ ସୁରତରୁ ଫେରିଥିଲେ। […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ, ମୋଟ ସଂଖ୍ୟା ୫୪

Corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ଏହି ସଂଖ୍ୟା ୨୦୬କୁ ଛୁଇଁଛି।

Advertisment

ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  ସେଥିମଧ୍ୟରୁ  ୩ ଜଣ ମୟୂରଭଞ୍ଜ ଜିଲ୍ଲାର ଥିଲେ। ସେମାନେ ସମସ୍ତେ ପୁରୁଷ ଓ ବୟସ ଯଥାକ୍ରମେ ୨୧, ୩୬ ଓ ୪୪ ବୋଲି ଜଣାଯାଇଛି।  ଏହି ୩ ଜଣ ସୁରତରୁ ଫେରିଥିଲେ। ସେହିପରି ୧୭ ଜଣ ଗଞ୍ଜାମ ଜିଲ୍ଲାରୁ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟା ମହିଳା ହୋଇଥିବା ବେଳେ ଅବଶିଷ୍ଟ ୧୬ ଜଣ ପୁରୁଷଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଏବେ ରାଜ୍ୟରେ ଆକ୍ଟଭ୍‌ କେସ୍‌ ୧୪୨ ରହିଛି। ସୁସ୍ଥ ହୋଇ ଘରକୁ ଗଲେଣି ୬୨ ଜଣ। ତେବେ ୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

Advertisment