corona-Odisha
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ୩୦ ବର୍ଷର ଯୁବକ ହୋଇଥିବା ବେଳେ ତାଙ୍କ ଘର କଣ୍ଟେନମେଣ୍ଟ ଜୋନ୍ରେ ଥିବା ବେହେରାପାଟଣାରେ। ସେ କୋଲକାତାରୁ ଫେରିଥିଲେ। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି।
କିଛି ସମୟ ତଳେ ଯାଜପୁର ଜିଲ୍ଲାରୁ ୨ ପଜିଟିଭ ଚିହ୍ନଟ ହୋଇଥିଲେ। ଜଣେ ୫୫ ବର୍ଷୀୟ। ତାଙ୍କ ଘର ବିରଜାପୁର କଣ୍ଟେନମେଣ୍ଟ ଅଞ୍ଚଳରେ। ସେହିପରି ଆଉ ଜଣେ ହେଲେ ୭୫ ବର୍ଷୀୟା ବୃଦ୍ଧା। ତାଙ୍କ ଘର କଟିକଟା କଣ୍ଟେନମେଣ୍ଟ ଅଞ୍ଚଳରେ। ତେବେ ଆଜି ଯାଜପୁରରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କର କିଛି ଲକ୍ଷଣ ନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜୋନ୍ ତାଲିକାରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେଡ୍ ଜୋନ୍ ତାଲିକାରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/corona-Odisha-2.jpg)