ସରିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ମିଳିଲା ୧୦.୪୯ ଲକ୍ଷ କୋଟିର ୭୪୧ଟି ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁଧବାରଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୋଟ ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏହି କନକ୍ଲେଭ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଉଦଯାପନୀ ଅଧିବେଶନରେ ଯୋଗ ଦେଇ କହିଛନ୍ତି ଯେ, ଏହି କନକ୍ଲେଭ […]

Make In Odisha

Make In Odisha

Ordigital Desk
  • Published: Saturday, 03 December 2022
  • Updated: 03 December 2022, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁଧବାରଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୋଟ ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି । ଏହି କନକ୍ଲେଭ ମାଧ୍ୟମରେ ରାଜ୍ୟକୁ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଉଦଯାପନୀ ଅଧିବେଶନରେ ଯୋଗ ଦେଇ କହିଛନ୍ତି ଯେ, ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ୧୦.୫୦ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ଓ ପ୍ରାୟ ୧୦.୫୦ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । କରୋନା ମହାମାରୀ ପରେ ଏତେ ପରିମାଣର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏସବୁକୁ କାର୍ଯ୍ୟକାରୀ କରି ଅଭିବୃଦ୍ଧି କ୍ଷେତ୍ରରେ ନୂଆ ଯୁଗ ଓଡ଼ିଶାରେ ଆରମ୍ଭ କରିବାକୁ ସମସ୍ତେ ମିଶି କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କଠୁ ମିଳିଥିବା ସୂଚନା ଅନୁସାରେ, ଏହି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ମାଧ୍ୟମରେ ରାଜ୍ୟରେ ମୋଟ ୧୦ଲକ୍ଷ ୪୮ହଜାର ୮୦୭କୋଟି ଟଙ୍କାର ୭୪୧ଟି ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିିଥିବାବେଳେ ଏହାଦ୍ୱାରା ରାଜ୍ୟରେ ୧୦ଲକ୍ଷ ୩୭ହଜାର ୭୦୧ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏହି କନକ୍ଲେଭ ମାଧ୍ୟମରେ ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିନେରାଲସ୍‌, ମେଟାଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ମୋଟ ୧୪୫ଟି ପ୍ରସ୍ତାବ ମିଳିଛି । ଏହାଦ୍ୱାରା ରାଜ୍ୟରେ ୫.୫୦ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ତଥା ୩ଲକ୍ଷ ୫୫ହଜାର ୬୧୫ଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ସେହିପରି ଶକ୍ତି, ଅକ୍ଷୟ ଶକ୍ତି କ୍ଷେତ୍ରରେ ମୋଟ ୨.୩୮ଲକ୍ଷ କୋଟି ଟଙ୍କାର ୩୨ଟି ପ୍ରସ୍ତାବ ଆସିଛି ଏବଂ ୭୨ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଲଜିଷ୍ଟିକ ଓ ଇନଫ୍ରାଷ୍ଟକଚର କ୍ଷେତ୍ରରେ ୧.୧୯ଲକ୍ଷ କୋଟି ଟଙ୍କାର ୮୭ଟି ପ୍ରସ୍ତାବ ସମେତ ସାର, ପେଟ୍ରୋକେମିକାଲସ ଓ ପ୍ଲାଷ୍ଟିକରେ ୭୬ହଜାର କୋଟିର ୯୩ଟି ପ୍ରସ୍ତାବ (୬୪୭୬୦ଜଣଙ୍କୁ ନିଯୁକ୍ତି ସୁଯୋଗ), ମ୍ୟାନୁଫାକଚରିଂ କ୍ଷେତ୍ରରେ ୨୧୬୩୪କୋଟିର ୬୪ଟି ପ୍ରସ୍ତାବ(୨୮୫୪୫ଜଣଙ୍କୁ ନିଯୁକ୍ତି), ପର୍ଯ୍ୟଟନରେ ୮୨୩୫କୋଟି ଟଙ୍କାର ୪୧ଟି ପ୍ରସ୍ତାବ(୩୭୯୪୩ଜଣଙ୍କୁ ନିଯୁକ୍ତି), ଆଇଟି ଓ ଇଏସଡିଏମ କ୍ଷେତ୍ରରେ ୭୭୪୦କୋଟି ଟଙ୍କାର ୩୭ଟି ପ୍ରସ୍ତାବ (୫୪୩୯୨ଜଣଙ୍କୁ ନିଯୁକ୍ତି), କୃଷି ଓ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୭୨୪୯କୋଟି ଟଙ୍କାର ୧୦୨ଟି ପ୍ରସ୍ତାବ(୧.୪୫ଲକ୍ଷ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି) ମିଳିଛି ।

ସେହିପରି ହେଲଥକେୟାର ଆଣ୍ଡ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ୩୯୩୫କୋଟିର ୨୨ଟି ପ୍ରସ୍ତାବ(୧୧୨୭୬ଟି), ଟେକ୍ସଟାଇଲ ଓ ଆପେରାଲରେ ୨୬୪୦କୋଟିର ୨୦ଟି ପ୍ରସ୍ତାବ(୩୩୫୮୭ଜଣଙ୍କୁ ନିଯୁକ୍ତି), ଏରୋସ୍ପେସ୍ ଓ ଡିଫେନ୍ସରେ ୨୦୫୫କୋଟିର ୧୦ଟି ପ୍ରସ୍ତାବ, ଇଲେକ୍ଟ୍ରିକ ଗାଡ଼ିରେ ୫୦୦କୋଟିର ଗୋଟିଏ ପ୍ରସ୍ତାବ(୨୭ହଜାରଙ୍କୁ ନିଯୁକ୍ତି) ସହ ଷ୍ଟାଫଅପରେ ୨୮୦କୋଟିର ୫ଟି ପ୍ରସ୍ତାବରେ ୪ହଜାରଙ୍କୁ ନିଯୁକ୍ତି ସୁଯୋଗର ପ୍ରତିଶ୍ରୁତି ମିଳିଛି । ତେବେ ଶିକ୍ଷା କ୍ଷେତ୍ରରେ ମାତ୍ର ୬୬କୋଟି ଟଙ୍କାର ୨ଟି ପ୍ରସ୍ତାବ ମାଧ୍ୟମରେ ୨୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି । ଫିଲ୍ମ ଓ ଏଣ୍ଟରଟେନମେଂଟ କ୍ଷେତ୍ରରେ ୧୫କୋଟି ଟଙ୍କାର ଗୋଟିଏ ପ୍ରସ୍ତାବ ମିଳିଛି ତଥା ୭୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ଯଥାକ୍ରମେ ୨.୦୩ଲକ୍ଷ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଓ ୪.୨୩ଲକ୍ଷ କୋଟି ଟଙ୍କାର ୨୦୨ଟି ପ୍ରସ୍ତାବ ପ୍ରତିଶ୍ରୁତି ମିଳିଥିବାବେଳେ ସେଥିରୁ ଆଜିସୁଦ୍ଧା ଯଥାକ୍ରମେ ୬୯% ଓ ୫୩% ନିବେଶ ପ୍ରତିଶ୍ରୁତି ପ୍ରସ୍ତାବକୁ ସରକାରୀ ଭାବେ ଅନୁମୋଦନ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story