ଜବତ ହେଲାଣି ୧୦ କେଜି ସୁନା, ଆହୁରି ବାହାରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ନୟାସଡକ IIFL ଫିଇନାନ୍ସ କମ୍ପାନୀ ଲୁଟ୍ ଘଟଣାରେ ଧୀରେ ଧୀରେ ଗୁମର ଖୋଲୁଛି ।  ଏଯାଏଁ ୧୦ କେଜି ସୁନା ଜବତ ହେଲାଣି । ମନପୁରମରୁ ୬.୭ କେଜି ସୁନା ମିଳିଥିବା ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପୁଲିସ ହେପାଜତରେ ଜବତ ସୁନା ରଖାଯିବ। ସୁନା ରଖିଥିବା ବ୍ୟକ୍ତି କିପରି ତାହା ପାଇବେ ସେ ନେଇ IIFL ସ୍ଥିର କରିବ ବୋଲି ସିପି କହିଛନ୍ତି । ସେ […]

cp

cp

Madhupriya Mistry
  • Published: Saturday, 28 November 2020
  • Updated: 28 November 2020, 02:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ନୟାସଡକ IIFL ଫିଇନାନ୍ସ କମ୍ପାନୀ ଲୁଟ୍ ଘଟଣାରେ ଧୀରେ ଧୀରେ ଗୁମର ଖୋଲୁଛି ।  ଏଯାଏଁ ୧୦ କେଜି ସୁନା ଜବତ ହେଲାଣି । ମନପୁରମରୁ ୬.୭ କେଜି ସୁନା ମିଳିଥିବା ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପୁଲିସ ହେପାଜତରେ ଜବତ ସୁନା ରଖାଯିବ। ସୁନା ରଖିଥିବା ବ୍ୟକ୍ତି କିପରି ତାହା ପାଇବେ ସେ ନେଇ IIFL ସ୍ଥିର କରିବ ବୋଲି ସିପି କହିଛନ୍ତି ।

ସେ କହିଛନ୍ତି, ୨୦୧୬ରୁ ଏହି ଲୁଟ ଆରମ୍ଭ ହୋଇଥିଲା । ସୁନା ଲୁଟ୍ ମାମଲାରେ ବର୍ତ୍ତମାନ ଯାଏଁ ୧୦ ଜଣ ଗିରଫ ହୋଇ ସାରିଲେଣି। ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ବିଭିନ୍ନ ବ୍ରାଂଚରୁ ସୁନା ଚୋରି କରି ବିଭିନ୍ନ ସ୍ଥାନରେ ରଖିଛି । ମୁମ୍ବାଇ ହେଡ ଅଫିସ ସହ ଯୋଗାଯୋଗ କରାଯାଇଛି । କଟକ ଡିସିପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଏହି ଘଟଣାର ତଦନ୍ତ ଚାଲିଛି । ଲୁଟ୍ ଷଡଯନ୍ତ୍ରରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ତେଣୁ ଆଗକୁ ଏହି ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଲୁଟ୍ ଘଟଣାରେ ଗତକାଲି ପୁଲିସ ଆଉ ୨ ସୁନା ଦୋକାନୀଙ୍କୁ ଗିରଫ କରିଥିଲା । ମଙ୍ଗଳାବାଗ ଥାନା ଅଞ୍ଚଳର ସରୋଜ ପୃଷ୍ଟି ଓ ଆଲାମଚାନ୍ଦ ବଜାରର ଲଳିତ କୁମାର ଶୋଧିଙ୍କୁ ପୁଲିସ ଗିରଫ କରିଥିଲା । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଭୟ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ବୋଲି ପୁଲିସ ସୂଚନା ଦେଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos