Advertisment

ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ

ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ। କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ତଥା ପଜେଟିଭ ହାର ବଢ଼ିବାକୁ ଲକ୍ଷ୍ୟରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ପୁରୀ ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଯେଉଁ ମାନଙ୍କୁ ଥଣ୍ଡା କାସ ଅଛି ସେମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ […]

author-image
Niranjan Mishra
ଅଦ୍ୟତନ ହୋଇଛି
ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ

ratha-jatra-1

ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ। କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ତଥା ପଜେଟିଭ ହାର ବଢ଼ିବାକୁ ଲକ୍ଷ୍ୟରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ପୁରୀ ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଯେଉଁ ମାନଙ୍କୁ ଥଣ୍ଡା କାସ ଅଛି ସେମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Advertisment

ସେହିପରି ରଥଯାତ୍ରାକୁ ଲକ୍ଷ୍ୟ ରଖି ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ୱତନ୍ତ୍ର ଓଟି, ମେଡ଼ିସିନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିବ। ଆମ୍ବୁଲାନ୍ସ ସମେତ ସ୍ୱେଚ୍ଛାସେବୀ ଓ ମେଡିକାଲ ଅଧିକାରୀ ୨୪ଘଣ୍ଟା କାମ ନିୟୋଜିତ ହେବେ।

Rathayatra 2022