Advertisment

ଶୁଭ ଶୁକ୍ରବାର: ସୁସ୍ଥ ହେଲେ ଆଉ ୧୦ ଆକ୍ରାନ୍ତ, ଡାକ୍ତରୀ ଟିମ୍‌କୁ ସ୍ୱାସ୍ଥ୍ୟ ବିଭାଗର ଶୁଭେଚ୍ଛା

ଭୁବନେଶ୍ୱର: କରୋନାର କରାଳ ଭିତରେ ଶୁକ୍ରବାର ଓଡ଼ିଶା ପାଇଁ ଶୁଭ ଖବର ଏବଂ ଖୁସିର ବାର୍ତ୍ତା ନେଇ ଆସିଛି। ରାଜ୍ୟରେ କରୋନା ଭତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ୪୫ଜଣଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। Very happy to share that another 10 COVID patients have RECOVERED and tested negative […]

ବିଶ୍ୱ ମହାମାରୀ: 'କରୋନା ଭୂତାଣୁ', 'ନୋଭେଲ କରୋନା ଭୂତାଣୁ' ନା 'କୋଭିଡ୍-୧୯'?

Novel Coronavirus

Advertisment

ଭୁବନେଶ୍ୱର: କରୋନାର କରାଳ ଭିତରେ ଶୁକ୍ରବାର ଓଡ଼ିଶା ପାଇଁ ଶୁଭ ଖବର ଏବଂ ଖୁସିର ବାର୍ତ୍ତା ନେଇ ଆସିଛି। ରାଜ୍ୟରେ କରୋନା ଭତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ୪୫ଜଣଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।
https://twitter.com/HFWOdisha/status/1248659063505686530?s=20

Advertisment

ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ଏବଂ କଟକ, ଯାଜପୁର ଓ ପୁରୀର ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅର୍ଥାତ ଏମାନଙ୍କ ନମୁନା ବର୍ତ୍ତମାନ ନେଗେଟିଭ୍‌ ଆସିଛି। ଏହି ଖବର ଦେବା ଅବସରରେ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି।

ଏଥିସହିତ ଓଡ଼ିଶାରେ ମୋଟ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହେଲେଣି। ଏହା ପୂର୍ବରୁ ୨ ଜଣ ସୁସ୍ଥ ହୋଇଥିଲେ। ଆଜି ଆଉ ୧୦ ଜଣ ସୁସ୍ଥ ହେବାପରେ ଏହି ସଂଖ୍ୟା ୧୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ଅର୍ଥାତ ବର୍ତ୍ତମାନ ୩୫ ଜଣଙ୍କଠାରେ କରୋନା ସକ୍ରିୟ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe