Advertisment

ଘାଟିରୁ ତଳକୁ ଖସିଲା ‘ଇସ୍ପାତ’ ବସ୍

ମୋହନା(ମିହିର ଯତି): ଗଜପତି ଜିଲ୍ଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟିରୁ ତଳକୁ  ଖସି ପଡ଼ିବାରୁ ୧୦ରୁ  ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଚାଳକଙ୍କ ଅବସ୍ଥା  ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଜେରାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ,  ‘ଇସ୍ପାତ’ ନାମକ ବସ୍‌ଟି ଗତକାଲି ରାତିରେ  ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା।  […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଘାଟିରୁ ତଳକୁ ଖସିଲା ‘ଇସ୍ପାତ’ ବସ୍

Bus accident

ମୋହନା(ମିହିର ଯତି): ଗଜପତି ଜିଲ୍ଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟିରୁ ତଳକୁ  ଖସି ପଡ଼ିବାରୁ ୧୦ରୁ  ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଚାଳକଙ୍କ ଅବସ୍ଥା  ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଜେରାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ,  ‘ଇସ୍ପାତ’ ନାମକ ବସ୍‌ଟି ଗତକାଲି ରାତିରେ  ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା।  ଗାଡ଼ିଟି ଆଜି ଭୋର ସମୟରେ ରାଶିବାଡ଼ି ଘାଟି ଅତିକ୍ରମ କରୁଥିବା ବେଳେ  ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ବସ୍‌ରେ ୩୦ଜଣ ଯାତ୍ରୀ ଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି।

Advertisment

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବସ୍‌ଟି ବ୍ରେକ୍‌ ଫେଲ୍  ହେବାରୁ  ଏପରି  ଦୁର୍ଘଟଣା ଘଟିଥିବା  ସୂଚନା ମିଳିଛି।  ଆଜି ଘନ କୁହୁଡି ହୋଇଥିବା ବେଳେ ଏହା ଦୁର୍ଘଟଣା କାରଣ ହୋଇପାରେ ବୋଲି  ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।