Advertisment

ଶହେ ଦିନର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ, କଟାକ୍ଷ କଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦୦ ଦିନ ଭିତରେ ଓଡ଼ିଶାକୁ ନରେନ୍ଦ୍ର ମୋଦି ସରକାର ଦେଇଛନ୍ତି ୧୬ ହଜାର କୋଟି ଟଙ୍କା। ମୋଦି ସରକାର ଦ୍ୱିତୀୟ ପାଳିର ୧୦୦ ଦିନର ହିସାବ ଦେଇ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଜାହାଜ ଚଳଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ନିଜ ସରକାରଙ୍କ ସଫଳତାର ଗାଥା ବଖାଣିବା ବେଳେ “ଆୟୁଷ୍ମାନ ଭାରତ” ଗ୍ରହଣ କରିବା ସହ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ ବିଜେଡି […]

ଅଦ୍ୟତନ ହୋଇଛି
ଶହେ ଦିନର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ, କଟାକ୍ଷ କଲେ ବିରୋଧୀ

100-days-of-Modi-government

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦୦ ଦିନ ଭିତରେ ଓଡ଼ିଶାକୁ ନରେନ୍ଦ୍ର ମୋଦି ସରକାର ଦେଇଛନ୍ତି ୧୬ ହଜାର କୋଟି ଟଙ୍କା। ମୋଦି ସରକାର ଦ୍ୱିତୀୟ ପାଳିର ୧୦୦ ଦିନର ହିସାବ ଦେଇ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଜାହାଜ ଚଳଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ନିଜ ସରକାରଙ୍କ ସଫଳତାର ଗାଥା ବଖାଣିବା ବେଳେ “ଆୟୁଷ୍ମାନ ଭାରତ” ଗ୍ରହଣ କରିବା ସହ ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ ବିଜେଡି କେନ୍ଦ୍ର ସଫଳତାର ହିସାବକୁ କଟାକ୍ଷ କରିଥିବା ବେଳେ କଂଗ୍ରେସ କହିଛି ବିଫଳତା ଗାଥା କହିଲେ ସରିବନି।

Advertisment

ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ଶହେ ଦିନର ହିସାବକୁ ନେଇ ବିଜେପି ପ୍ରସ୍ତୁତ କରିଛି ଶହେ ଛବିଶ ପୃଷ୍ଠାର ‘ଜନ କନେକ୍ଟ’ ପୁସ୍ତକ। ଭୁବନେଶ୍ୱରରେ ଏହି ବହିର ଉନ୍ମୋଚନ କରିବା ସହ ଗୋଟି ଗୋଟି କରି ନିଜ ସରକାରଙ୍କ ଉପଲବ୍ଧିର ହିସାବ ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ଧାରା ୩୭୦ର ଉଚ୍ଛେଦରୁ ଆରମ୍ଭ କରି ଟ୍ରିପଲ ତଲାକ୍, ଅର୍ଥନୈତିକ ସଂସ୍କାର, ବ୍ୟାଙ୍କ ମିଶ୍ରଣ, ପୋକ୍ସୋ ଆଇନର ସଂଶୋଧନ, ଚାଷୀଙ୍କ ଆୟ ଦୁଇଗୁଣ, ଗୋଟିଏ ରାଷ୍ଟ୍ର ଗୋଟିଏ ରାସନକାର୍ଡ, ଉଜ୍ଜ୍ୱଳା ଓ ମୋଦିଙ୍କ ବିଦେଶ ନୀତି ପର୍ଯ୍ୟନ୍ତ ଶହେରୁ ଅଧିକ ସଫଳତାର ହିସାବ ରଖିଥିଲେ ମାଣ୍ଡଭିୟେ।

ତେବେ ଓଡ଼ିଶା କଥା କହିବା ବେଳେ ସେ ନବୀନ ପଟ୍ଟନାୟକଙ୍କୁ କରିଥିଲେ ଦୁଇଟି ଅପିଲ। ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ସହ ବାତ୍ୟା ପ୍ରବଣ ଅଞ୍ଚଳର ଭିତ୍ତିଭୂମି ସୁଦୃଢ ପାଇଁ ଅନୁରୋଧ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଓଡ଼ିଶା ପ୍ରତି କେନ୍ଦ୍ରର ଦାୟିତ୍ୱବୋଧର ହିସାବ ଦେଇ କହିଥିଲେ, ଶହେ ଦିନରେ ରାଜ୍ୟକୁ କେନ୍ଦ୍ର ଦେଇଛି ୧୬ ହଜରା କୋଟି ଟଙ୍କା। ଏଥିରେ ‘ଫୋନି’ ସହାୟତା ବାବଦକୁ ୪୬୦୦ କୋଟି, କାମ୍ପାରେ ୫୯୦୦ କୋଟି ଓ ରେଲୱେ ୬ ହଜାର କୋଟି ଟଙ୍କା ରହିଛି।

Advertisment

ନଦୀ ଜଳପଥର ବିକାଶ ପାଇଁ ମହାନଦୀକୁ ଚିହ୍ନଟ କରାଯାଇଥିବା ବେଳେ ବ୍ରାହ୍ମଣୀ ପାଇଁ ମଧ୍ୟ ଡିପିଆର ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ। ଶହେ ଦିନ ଭିତରେ ସରକାର ସଂସଦରେ ୩୦ରୁ ଅଧିକ ବିଲ ପାରିତ ହୋଇଥିବା ବେଳେ ୫୮ଟି ପୁରୁଣା ଆଇନର ବିଲୋପ କରାଯାଇଥିବା ମାଣ୍ଡଭିୟେ କହିଛନ୍ତି। ତେବେ ଏହି ତାଲିକାକୁ କିନ୍ତୁ ଗ୍ରହଣ କରିନି କଂଗ୍ରେସ। ସବୁକ୍ଷେତ୍ରରେ ମୋଦି ବିଫଳ ହୋଇଥିବା ଦଳ ଅଭିଯୋଗ କିରିଛି। ବିଜେଡି ମଧ୍ୟ ଅର୍ଥନୈତିକ ମାନ୍ଦାବସ୍ଥାର ଉଦାହରଣ ଦେଇ ମୋଦିଙ୍କ ସଫଳତାକୁ କଟାକ୍ଷ କରିଛି।

ଏଆଇସିସି ସମ୍ପାଦକ ଶରତ ରାଉତ କହିଛନ୍ତି-“ଶହେ ଦିନର ସଫଳତା ବଖାଣିବାର ନୈତିକ ଅଧିକାର ବିଜେପିର ନାହିଁ। ସେମାନେ ଯେଉଁ ଜନବିରୋଧୀ କାର୍ଯ୍ୟକ୍ରମ କରିଛନ୍ତି, ତାହାର ପରିଣାମ ବର୍ତ୍ତମାନ ସାଧାରଣ ଲୋକ ଭୋଗୁଛନ୍ତି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଓଡ଼ିଶାରୁ ଆହୁରି ତିନିଟା ମନ୍ତ୍ରୀ କରିଦେଲେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ। ଓଡ଼ିଶା ପାଇଁ ସେମାନେ ବର୍ତ୍ତମାନ ସୁଦ୍ଧା କିଛି କାର୍ଯ୍ୟକ୍ରମ ହାତକୁ ନେଇ ନାହାନ୍ତି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe